fbpx
BSKY SKY
BSKY SKY

‘ଭାରତ ଯୋଡୋ ଯାତ୍ରା’ରୁ ବ୍ରେକ୍ ନେବେ ରାହୁଲ ଗାନ୍ଧୀ, ନଭେମ୍ବର ୨୨ରେ ଗୁଜରାଟରେ କରିବେ ନିର୍ବାଚନ ପ୍ରଚାର

BSKY

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନଭେମ୍ବର ୨୨ରେ ଗୁଜରାଟରେ ନିର୍ବାଚନୀ ପ୍ରଚାର କରିବେ। ସେ କଂଗ୍ରେସ ଦଳର ଭାରତ ଯୋଡୋ ଯାତ୍ରାରୁ ବିରତି ନେଇ ଗୁଜରାଟ ଗସ୍ତ କରିବେ। ଗୁଜରାଟ ବିଧାନସଭା ନିର୍ବାଚନ ଡିସେମ୍ବର ୧ ଏବଂ ୫ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଭୋଟ୍ ଗଣତି ଡିସେମ୍ବର ୮ରେ କରାଯିବ।

ଆଗାମୀ ୧୫ ଦିନରେ କଂଗ୍ରେସ ଗୁଜରାଟରେ ମୋଟ୍ ୨୫ଟି ମେଗା ରାଲି କରିବ, ଯାହା ୧୨ ବିଧାନସଭା କ୍ଷେତ୍ରକୁ କଭର କରିବ। ଏହି ରାଲି ଆକ୍ରମଣାତ୍ମକ ଶୈଳୀରେ କରାଯିବ। ଏଥିରେ ପାର୍ଟିର ସମସ୍ତ ବଡ ବଡ ନେତା ଯୋଗ ଦେବେ। ତେଣୁ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରୁ ବ୍ରେକ ନେଇ ଗୁଜରାଟ ନିର୍ବାଚନ ପ୍ରଚାରରେ ସାମିଲ ହେବେ।

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସମୟରେ ପ୍ରଚାର ନକରିବା କାରଣରୁ ରାହୁଲଙ୍କୁ ବିଜେପିର ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏଠାରେ ନଭେମ୍ବର ୧୨ରେ ମତଦାନ ସରିଛି। ହିମାଚଳ ପ୍ରଦେଶର ନିର୍ବାଚନ ସଂପନ୍ନ ପରେ କଂଗ୍ରେସ ବର୍ତ୍ତମାନ ଗୁଜରାଟ ଉପରେ ଫୋକସ୍ କରିଛି।

ପାର୍ଟି ସୂତ୍ର ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦୁଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଭୂପେଶ ବଘେଲ, କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ପାର୍ଟିର ପୂର୍ବତନ ମନ୍ତ୍ରୀ, ଓବିସି-ଏସସି-ଏସଟି-ସଂଖ୍ୟାଲଘୁ ବର୍ଗର ବଡ ବଡ ନେତା ମଧ୍ୟ ଆଗାମୀ ଦିନରେ ଗୁଜରାଟ ନିର୍ବାଚନୀ ରାଲି ଏବଂ ପ୍ରଚାର କରିବେ। ଏହା ମଧ୍ୟରେ କଂଗ୍ରେସ ଷଷ୍ଠ ପ୍ରାର୍ଥୀ ତାଲିକା ଜାରି କରିଛି।

ସଦ୍ୟତମ ପ୍ରାର୍ଥୀ ତାଲିକା ସହ ପାର୍ଟି ଏ ପର୍ଯ୍ୟନ୍ତ ରାଜ୍ୟର ୧୪୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। କଂଗ୍ରେସ ନଭେମ୍ବର ୪ରେ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଏଥିରେ ୪୩ ଜଣଙ୍କ ନାମ ରହିଥିଲା।

Get real time updates directly on you device, subscribe now.