fbpx

ଆଇଫୋନକୁ ସହାୟତା କରିବ ଟାଟା, ଷାଠିଏ ହଜାର ଆଦିବାସୀ ମହିଳାଙ୍କୁ ମିଳିବ ଚାକିରୀ

ବାଙ୍ଗାଲୁରୁ: ଆଇଫୋନ ଉପରେ ମେଡ ଇନ ଇଣ୍ଡିଆ ଟ୍ୟାଗ ଲଗାଯିବା ନେଇ ଭାରତ ସରକାର ବହୁ ଦିନ ଧରି ଚେଷ୍ଟା ଚଳାଇ ଅସିଛନ୍ତି । ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ନେଇ ଯୋଜନା ଚାଲୁ ରହିଛି । ତେଣୁ ବାଙ୍ଗାଲୁର ପାଖରେ ଥିବା ହୋସୁର ଠାରେ ଏକ ନୂଆ ପ୍ଲାଣ୍ଟ ତିଆରି ହେଉଛି । ଯେଉଁଥିରେ ଆପେଲ ଫୋନ ବନେଇବା ଲାଗି ଷାଠିଏ ହଜାର କର୍ମଚାରୀଙ୍କୁ ଚାକିରୀ ଦିଆଯିବ । ଏନେଇ ଦୂର ସଂଚାର ଓ ଆଇଟି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ଭାରତରେ ଆଇଫୋନ ତିଆରି ପାଇଁ ଏକ ବଡ ପ୍ଲାଣ୍ଟ କରାଯାଉଛି । ଏଥିରେ ଝାଡ଼ଖଣ୍ଡର ଆଦିବାସୀ ମହିଳା ମାନଙ୍କୁ କାମରେ ନିଯୁକ୍ତି ଦିଆଯିବ ।

ଆଇଟି ମନ୍ତ୍ରୀ କହିବା ଅନୁସାରେ, ବର୍ତ୍ତମାନ ଭାରତରେ ଆଇଫୋନ ତିଆରି ହେଉଛି । ଆଇଫୋନ ତିଆରି ପାଇଁ ଏକ ବଡ କମ୍ପନୀ ବାଙ୍ଗାଲୁରୁ ପାଖ ହୋସୁର ଠାରେ ସ୍ଥାପିତ କରାଯାଉଛି । ଏଥିରେ ୬୦,୦୦୦ ଲୋକେ ଗୋଟିଏ କମ୍ପାନୀରେ କାମ କରିବାକୁ ଯାଉଛନ୍ତି । ଏହି ଷାଠିଏ ହଜାର କର୍ମଚାରୀଙ୍କ ମଧ୍ୟରୁ ଛଅ ହଜାର ଆଦିବାସୀ ମହିଳା କର୍ମଚାରୀ ରାଂଚି ଓ ହଜିରାବାଦରେ କାମ କରୁଛନ୍ତି । ଏହି ମହିଳା ମାନଙ୍କୁ ଆଇଫୋନ ତିଆରି କରିବା ପାଇଁ ତାଲିମ ଦିଆଯାଇଛି ।

ଋିପୋର୍ଟ ଅନୁଯାୟୀ, ପ୍ରଥମେ ଆପେଲର ଏନକ୍ଲୋଜରକୁ ଟାଟା ଇଲେକଟ୍ରୋନିକ୍ସ, ନିଜର ଆଉଟସୋର୍ସରେ ରଖିଥିଲା । ତେବେ ଟାଟା ମଧ୍ୟ ଭାରତର ଆଇଫୋନ କମ୍ପାନୀକୁ ସହାୟତା କରିବାକୁ ଚାହୁଁଚି । ଏହାଦ୍ୱାରା ଟାଟାକୁ ସ୍ଥାନୀୟ ଚାକିରୀ ଏବଂ ସ୍ଥାନୀୟ ଉତ୍ପାଦନ ମିଳିବ । ଆଗକୁ ଆପେଲ ନିଜର ମାନୁଫ୍ୟକ୍‌ଚରିଙ୍ଗ କମ୍ପାନୀକୁ ଚୀନରୁ ଉଠାଇ ଭାରତକୁ ଆଣିବା ପାଇଁ ଯୋଜନା କରୁଛି । କାରଣ ଚୀନ ଉପରେ ଆପେଲର କୌଣସି ଭରଷା ପାଉନାହିଁ । କାରଣ ଚୀନରେ ଲକଡାଉନ ପାଇଁ ଆଇଫୋନ ତିଆରିରେ ଅଶୁବିଧା ଦେଖାଦେଇଥିଲା । ବର୍ତ୍ତମାନ ଭାରତରେ ଆଇଫୋନ-୧୪ ତିଆରି ହେଉଥିବାରୁ ବଜାରରେ ଏହାର ଚାହିଦା ବଢିବାରେ ଲାଗିଛି ।

 

Get real time updates directly on you device, subscribe now.