fbpx

ଅଧିକ ଲୁଣ ଖାଇଲେ ହୋଇପାରେ ଭୟାନକ ରୋଗ, ସୁସ୍ଥ ରହିବାକୁ ଚାହାନ୍ତି ତ ଶୀଘ୍ର ସୁଧୁରି ଯାଆନ୍ତୁ

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକ ଉଚ୍ଚ ରକ୍ତଚାପ ଅର୍ଥାତ ହାଇ ବ୍ଲଡପ୍ରେସର ରୋଗରେ ପୀଡିତ। ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜିର ସମୟରେ ପ୍ରତି ବର୍ଗର ଲୋକଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଖରାପ ଜୀବନଶୈଳୀ, ଅସ୍ଵାସ୍ଥ୍ୟକର ଖାଦ୍ୟ ସେବନ ଏବଂ ଚାପଗ୍ରସ୍ତ ରକ୍ତଚାପର ମୁଖ୍ୟ କାରଣ ହୋଇଥାଏ। ଏଥିରେ ହାର୍ଟ ରୋଗର ବିପଦ ବଢିବାର ସମ୍ଭାବନା ରହିଛି। ଆଉ ଏହାର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ହେଲା ଅତ୍ୟଧିକ ଲୁଣ ସେବନ। ଲୁଣ ରକ୍ତଚାପ ଉପରେ ଖରାପ ପ୍ରଭାବ ପକାଇଥାଏ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ, ଗୋଟିଏ ଦିନରେ ପାଞ୍ଚ ଗ୍ରାମରୁ ଅଧିକ ଲୁଣ ସେବନ କଲେ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ବଢିଯାଏ। ଏହି କାରଣରୁ ଆଗାମୀ ଦିନରେ ହାର୍ଟ ସଂପର୍କିତ ରୋଗ ବି ହୋଇପାରେ। ଆମେରିକା ଜର୍ଣ୍ଣାଲ ଅଫ କ୍ଲିନିକଲ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ସାଧାରଣତଃ ସବୁ ପ୍ରକାରର ଖାଦ୍ୟରେ ୩.୮ ଗ୍ରାମର ଲବଣାଂଶ ରହିଥାଏ, ଯାହା ଖାଇବା ପରେ ରକ୍ତ ବାହିକାର ଖୋଲିବା କ୍ଷମତା ଉପରେ ପ୍ରଭାବ ପକାଇଥାଏ।
ଗବେଷକଙ୍କ ଅନୁଯାୟୀ, ଭୋଜନ ସମୟରେ ଅଧିକ ଲୁଣ ଖାଇଲେ ଧମନୀ ସଙ୍କୁଚିତ ହୋଇଯାଏ ଏବଂ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ। ଆଶ୍ଚର୍ଯ୍ୟକର କଥା ଏମିତି ସ୍ଥିତି ଖାଇବାର ଅଧା ଘଣ୍ଟା ପରେ ଦେଖିବାକୁ ମିଳିଥାଏ।
ଅଧିକ ଲୁଣ ସ୍ଵାସ୍ଥ୍ୟପ୍ରତି ହାନୀକାରକ
ଭୋଜନରେ ଅଧିକ ଲୁଣ ସେବନ ରକ୍ତଚାପ, ହାଇପର ଟେନସନ ଏବଂ ସାଧାରଣ ହାର୍ଟ ରୋଗର ବିପଦ ବଢିଥାଏ। କୌଣସି ବି ବ୍ୟକ୍ତିଙ୍କୁ ପୂରା ଦିନରେ କୌଣସି ବି ସ୍ଥିତିରେ ପାଞ୍ଚ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ। ତେଣୁ ଦିନରେ ପାଖାପାଖି ଦୁଇ ଗ୍ରାମ ଲୁଣ ଖାଇବାକୁ ଚେଷ୍ଟା କରିବା ଉଚିତ୍। ଆମେରିକନ ହାର୍ଟ ଆସୋସିଏସନର କହିବା କଥା ହାଇପରଟେନସନ ଦେଇ ଗତି କରୁଥିବା ଲୋକଙ୍କ ପାଇଁ ଦିନରେ ୧.୫ ଗ୍ରାମରୁ ଅଧିକ ଲୁଣ ସେବନ କରିବା ହାନିକାରକ ହୋଇପାରେ।
ଡବ୍ଲ୍ୟୁଏଚଓ ଅନୁଯାୟୀ, ପାଞ୍ଚ ଗ୍ରାମ ଲୁଣରେ ଦୁଇ ଗ୍ରାମ ସୋଡିୟମ ରହିଥାଏ। କୌଣସି ବି ବୟସ୍କ ବ୍ୟକ୍ତିଙ୍କ ପକ୍ଷେ ପ୍ରତିଦିନ ଦୁଇ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ। ଅର୍ଥାତ ପାଞ୍ଚ ଗ୍ରାମରୁ ଅଧିକ ଲୁଣ ଖାଇବା ସ୍ଵାସ୍ଥ୍ୟ ପ୍ରତି ହାନିକାରକ ଅଟେ।

Get real time updates directly on you device, subscribe now.