fbpx

Video: ହୃଦୟ ବିଦାରକ ଦୃଶ୍ୟ, ମଣିଷର ଭୁଲ ପାଇଁ ଭୋକ ବିକଳରେ ପ୍ଲାଷ୍ଟିକ ଖାଇଗଲା ହାତୀ

ନୂଆଦିଲ୍ଲୀ: ବଢି ଚାଲିଥିବା ପ୍ଲାଷ୍ଟିକ ବ୍ୟବହାର କାରଣରୁ ଏବେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ବଣରେ ମଧ୍ୟ ଦେଖିବାକୁ ମିଳିଲାଣି। ଯାହା ଫଳରେ ବନ୍ୟଜନ୍ତୁମାନେ ଏହାକୁ ଖାଦ୍ୟ ଭାବି ଖାଇ ଦେଉଛନ୍ତି। ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟିଏ ହାତୀ ଏକ ପ୍ଲାଷ୍ଟି ବୋତଲ ଖାଉଥିବାର ଦେଖିବାକୁ ମିଳିଛି। ଯାହା ମଣିଷର ଭୁଲ୍ କାରଣରୁ ଘଟିଛି ଏବଂ ଏହା ପୃଥିବି ପୃଷ୍ଠରେ ଅବର୍ଜନା ସୃଷ୍ଟି କରିଛି।

ଏହି ହୃଦୟ ବିଦାରକ ଭିଡିଓଟିକୁ ଟ୍ୱିଟରରେ ସେୟାର କରିଛନ୍ତି, ବରିଷ୍ଠ ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ। ଏହି ଭିଡିଓ ସେ ଲେଖିଛନ୍ତି, ‘ଯେତେବେଳେ ମଣିଷମାନେ ପ୍ଲାଷ୍ଟିକର ଦାସ ହୁଅନ୍ତି, ସେତେବେଳେ ବଣୁଆ ଜନ୍ତୁମାନେ ଏହାର ମୂଲ୍ୟ ପ୍ରଦାନ କରନ୍ତି। ବର୍ତ୍ତମାନ ମଣିଷର ଆକଳନ ବାହାରେ ଏକ ଦୁଃଖଦ ଘଟଣା।’

ଏହି ଭିଡିଓ ଉପରେ ଟ୍ୱିଟର ୟୁଜର୍ସମାନେ ମଧ୍ୟ ସେମାନଙ୍କର ମତ ରଖୁଛନ୍ତି। ଜଣେ ୟୁଜର୍ସ ଏହି ଭିଡିଓରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହା ଏକ ଦୁଃଖଦ ଘଟଣା, ଆମକୁ ଏବେ ପ୍ଲାଷ୍ଟିକ ବ୍ୟବହାର ଉପରେ ଜୋରିମାନା ଲଗାଇବା ଉଚିତ୍।

Get real time updates directly on you device, subscribe now.