fbpx
BSKY
BJD SHG SKY
BJD YOUTH SKY

ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ! ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ ଇଡି ପୂର୍ବରୁ ଅର୍ଚ୍ଚନାଙ୍କ ବାପା ମା ଭାଇଙ୍କୁ ଇଡି ଜେରା କରିବା ସହ ଅର୍ଚ୍ଚନାଙ୍କ ସହେଯାଗୀ ଜଗବନ୍ଧୁକୁ ମଧ୍ୟ ଗିରଫ କରିଛି ।ଏତତ୍ ବ୍ୟତୀତ ୧୨ ଜଣଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଇଛି ଇଡି । ଯେଉଁଥିରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ଅନେକ ବଡବଡିଆ ଲୋକଙ୍କ ନାଁ ରହିଛି । ତେବେ ସେମାନଙ୍କ ମଧ୍ୟରୁ କାଲି ଜଣେ ବ୍ୟବସାୟୀ ଏବଂ ପ୍ରଯୋଜକ ଅକ୍ଷୟ ପରିଜା ଇଡି ଅଫିସରେ ହାଜର ହୋଇଥିବା ବେଳେ ଆଜି ଶ୍ରନ୍ଧାଞ୍ଜଳି ମଧ୍ୟ ଇଡ ଅଫିସରେ ହାଜର ହୋଇଛନ୍ତି । ଯାହାଫଳରେ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗର ଅଡୁଆ ବଢିବାର ଲାଗିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସିନେ ପ୍ରେଯାଜକ ଅକ୍ଷୟ ପରିଜା ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ବିରୋଧରେ ୩ କୋଟି ଟଙ୍କା ପାଇଁ ବ୍ଲାକମେଲ୍ ଅଭିଯୋଗ ଆଣି ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ଦିଗରେ ତଥ୍ୟ ଆଦାୟ କରିବା ସହ ଆର୍ଥିକ କାରବାର ହୋଇଛି ନା ନାହିଁ ସେନେଇ ଇଡ଼ି ଅକ୍ଷୟଙ୍କୁ ପଚରାଉଚରା କରିଥିବା କୁହାଯାଉଛି । ତେବେ ଗତକାଲି ଅକ୍ଷୟ ପରିଜାଙ୍କୁ ୯ ଘଣ୍ଟା ଧରି ପ୍ରବର୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା । ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି, ଆଇନ ତା ବାଟରେ ଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି ସେ ଆଶା ରଖିଥିବା କହିଛନ୍ତି ।

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାରେ ଅକ୍ଷୟ ପରିଜା ଓ ଅମୀୟକାନ୍ତଙ୍କ ଭଳି ବହୁ ପ୍ରଭାବଶାଳୀଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି । ତାମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ସମନ ପାଇଥିବା ୧୨ ଜଣଙ୍କର ହାଜିରା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ତାଲିକାରେ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାର ନାଁ ବି ରହିଛି । ଯିଏକି ଆଜି ଇଡି ଅଫିସ ରେ ହାଜର ହୋଇଛନ୍ତି । ତେବେ ଆଜି ଅକ୍ଷୟ ପରିଜା ମଧ୍ୟ ଇଡି ଅଫିସରେ ହାଜର ହେବେ । ଏହାପରେ ଉଭୟଙ୍କୁ ମୁହାଁ ମୁହିଁ ଜେରା କରିପାରେ ଇଡି । ଇଡିଙ୍କ ଏହି ଜେରା ପରେ ଆହୁରୀ ଅନେକ କିଛି ନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.