fbpx

୧୨ ଘଣ୍ଟା ପାଇଁ ଓଡ଼ିଶାର ଏହି ସହର ବନ୍ଦ: ଜାରି ରହିବ ଜରୁରୀକାଳୀନ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ସହର ବନ୍ଦ ରହିବ । ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ୧୨ ବନ୍ଦ ପାଳନ କରାଯାଉଛି । ହାଇକୋର୍ଟ ବେଞ୍ଚ ସ୍ଥାପନ, ସମ୍ବଲପୁର ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି ହୋଇଛି । ଏହା ସହ ସରକାରୀ ଅଫିସ, ଦୋକାନ ଓ ବଜାର ବନ୍ଦ ରହିବ । କିନ୍ତୁ ଶିକ୍ଷାନୁଷ୍ଠାନ ଖୋଲା ରହିବ ବୋଲି କୁହାଯାଇଛି ।

ତେବେ ବନ୍ଦ ନିମନ୍ତେ ପୂର୍ବରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିବା ବେଳେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟିକୁ ସମ୍ବଲପୁର ଜିଲା ଓକିଲ ସଂଘ, ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି, ଚିତ୍ରୋତ୍ପଳା ଯୁବକ ସଂଘ, ଯୁବ ଉଦୟନ, ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ, ଜ୍ୟୋତି, ସମ୍ବଳ ସମେତ ଅନେକ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ସମର୍ଥନ କରୁଛନ୍ତି। ବନ୍ଦ ସମୟରେ ସ୍କୁଲ, କଲେଜ ଖୋଲା ରହିବ।

ସମ୍ବଲପୁର ସହରରେ ଜରୁରୀକାଳୀନ ସେବା ଦୁଗ୍ଧ, ପାଣି, ଚିକତ୍ସା ଆଦି ସେବା ଜାରି ରହିବ। ରେଳ ଚଳାଚଳ ଓ ଜାତୀୟ ରାଜପଥରେ ଗମନାଗମନ ସ୍ୱାଭାବିକ ରହିବ। ଅପରପକ୍ଷରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିବ ବୋଲି ନାଗରିକ କମିଟି ତରଫରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.