fbpx

ପୂରଣ ହେବ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ, OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଏସଏସସିକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଓଏସଏସସି ପକ୍ଷରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଇଥିବା ଜଣାପଡ଼ିଛି ।

ଆସନ୍ତା ମାସ ୧୧ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୩ ଜାନୁଆରୀ ୯ ତାରିଖରେ ସମାପ୍ତ ହେବ । ଟିଜିଟି, ହିନ୍ଦି, ସଂସ୍କୃତ, ତେଲୁଗୁ, ଉର୍ଦ୍ଦୁ, କ୍ରୀଡ଼ା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦୨୨ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏଥିସହିତ ଏସସି, ଏସଟି, ଏସଇବିସି, ପିଡବ୍ଲ୍ୟୁଡି ଓ ଏକ୍ସ-ସର୍ଭିସମ୍ୟାନଙ୍କ କ୍ଷେତ୍ରରେ କୋହଳ ନିୟମ ଲାଗୁ ହେବ ।

ପ୍ରାର୍ଥୀ ଦଶମ ପାସ୍ କରିବା ସହ ଓଡ଼ିଆ ଭାଷା ଲେଖିବା ସହ ପଢ଼ି ପାରୁଥିବେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସଞ୍ଚାଳିତ ପରୀକ୍ଷାରେ ଯୁକ୍ତ ଦୁଇ ପାସ କରିବା ସହ ଓଡ଼ିଆ ଏକ ବିଷୟ ରଖିଥିବେ । ସମସ୍ତ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିବା ସହ ପ୍ରାର୍ଥୀ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାସ୍ କରିବା ନିହାତି ଜରୁରୀ ।

ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.