fbpx

ଦାନ୍ତ ହଲଦିଆପଣରୁ ପାଆନ୍ତୁ ମୁକ୍ତି: ଜାଣନ୍ତୁ କେଉଁ ଉପାୟରେ ସଫା କରିବେ ଦାନ୍ତ

ଚେହେରାର ସୌନ୍ଦର୍ଯ୍ୟ ଠିକ ରଖିବା ପାଇଁ ଆପଣ ନିଶ୍ଚୟ ଅନେକ ଉପାୟ ଚେଷ୍ଟା କରିଥିବେ କିନ୍ତୁ ଆପଣ ଆପଣଙ୍କର ଦାନ୍ତର ଯତ୍ନ ନେଉଛନ୍ତି କି? ଅନେକ ଲୋକ ଦାନ୍ତକୁ ସଠିକ୍ ଭାବରେ ସଫା କରନ୍ତି ନାହିଁ, ପରେ ଧୀରେ ଧୀରେ ଦାନ୍ତ ହଳଦିଆ ହେବାକୁ ଲାଗିଥାଏ । ଯାହା ଖରାପ ମଧ୍ୟ ଦେଖାଯାଏ । ଅନେକ ଲୋକ ଗୁଟଖା ଖାଇବା ହେତୁ ଦାନ୍ତ ନଷ୍ଟ ହୋଇଯାଏ ଏବଂ ପରେ ସେମାନେ ଅନୁତାପ କରନ୍ତି । ଦାନ୍ତର ଏହି ହଳଦିଆ ରଙ୍ଗ ଅତି ସହଜରେ ସଫା ହୋଇପାରିବ । ତେବେ ଆସନ୍ତୁ ଜାଣିବା ଦାନ୍ତକୁ କିପରି ସଫା କରିପାରିବେ ।

 

ଲେମ୍ବୁ ରସ ଏବଂ ବେକିଂ ସୋଡା ।

ଏଥିପାଇଁ ଏକ ଚାମଚ ବେକିଂ ସୋଡାକୁ ଏକ ପ୍ଲେଟରେ ନେଇ ସେଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏହି ପେଷ୍ଟକୁ ଟୁଥ୍ ବ୍ରଶରେ ଲଗାନ୍ତୁ ଏବଂ ଏହାକୁ ଦାନ୍ତରେ ଭଲ ଭାବରେ ଘଷନ୍ତୁ । ପରେ ଦାନ୍ତରେ ଏହାକୁ ୧ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ତା’ପରେ ପାଟି ଭଲ ଭାବେ ଧୋଇ ଦିଅନ୍ତୁ । ଏହି ପେଷ୍ଟକୁ ଦାନ୍ତରେ ୧ ମିନିଟରୁ ଅଧିକ ସମୟ ରଖନ୍ତୁ ନାହିଁ, ନଚେତ୍ ଦାନ୍ତ ନଷ୍ଟ ହୋଇପାରେ ।

 

ତୁଳସୀ

ତୁଳସୀ ହେଉଛି ଔଷଧୀୟ ଗୁଣର ଭଣ୍ଡାର । ଯଦି ଆପଣ ଦାନ୍ତ ସଂକ୍ରମଣକୁ ଶେଷ କରିବାକୁ ଚାହୁଁଛନ୍ତି, ତେବେ ତୁଳସୀ ବ୍ୟବହାର କରନ୍ତୁ । ଆପଣ ଏହାର ପତ୍ରକୁ ଦାନ୍ତରେ ଘଷନ୍ତୁ, ଏହା ଆପଣଙ୍କ ଦାନ୍ତକୁ ସଫା କରିଥାଏ । ଏହା ଜୀବାଣୁ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ । କିନ୍ତୁ ଏହାକୁ ଦାନ୍ତରେ ଅତ୍ୟଧିକ ବ୍ୟବହାର କରିବା ଉଚିତ ନୁହେଁ ।

 

ଉଷୁମ ପାଣି

ଯଦି ଆପଣ ପ୍ରତିଦିନ ସଠିକ୍ ଭାବରେ ବ୍ରଶ୍ କରନ୍ତି ଏବଂ ଚା-କଫି ପିଇବା ପରେ ଉଷୁମ ପାଣିରେ ପାଟି ଧୋଇଦିଅନ୍ତି, ତେବେ ଆପଣଙ୍କୁ ଦାନ୍ତ ହଳଦିଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସେଥିପାଇଁ ପ୍ରତିଦିନ ଖାଦ୍ୟ ଖାଇବା ପରେ କିମ୍ବା ଚା-କଫି ପିଇବା ପରେ ନିଶ୍ଚିତ ଭାବେ ପାଟିକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଦାନ୍ତକୁ ଲାଭ ମିଳିବ ।

 

କମଳା

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କମଳା ଖାଇବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇଥାଏ । କମଳା ରେ ଭିଟାମିନ୍-ସି ଥାଏ । ଯାହା ଦାନ୍ତକୁ ଧଳା କରିବାରେ ସାହାଯ୍ୟ କରିଥାଏ । ଦାନ୍ତରୁ ଜୀବାଣୁ ବାହାର କରିବାରେ କମଳା ବହୁତ ପ୍ରଭାବଶାଳୀ ହୋଇଥାଏ । ଆପଣ ଦାନ୍ତରେ କମଳା ଚୋପା ମଧ୍ୟ ଘଷି ପାରନ୍ତି ଏଥିରୁ ଆପଣଙ୍କୁ ଲାଭ ମିଳିବ ।

Get real time updates directly on you device, subscribe now.