fbpx

ଧର୍ମର ସ୍ୱାଧୀନତା ଅନ୍ୟମାନଙ୍କର ବିଶ୍ୱାସକୁ ପରିବର୍ତନ କରିବା ପାଇଁ ଅଧିକାର ଦିଏନାହିଁ- କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଧର୍ମର ସ୍ୱତନ୍ତ୍ରତା ଅଧିକାରରେ ଅନ୍ୟ ଧର୍ମର ଲୋକଙ୍କ ଧର୍ମ ପରିବର୍ତ୍ତନ କରିବା ମୌଳିକ ଅଧିକାରରେ ସାମିଲ ନାହିଁ। ଦେଶରେ ଅବୈଧ ରୂପେ ହେଉଥିବା ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ସରକାର ଏହା କହିଛନ୍ତି। କେନ୍ଦ୍ର ସରକାର ସୋମବାର ଏହି ଜନସ୍ୱାର୍ଥ ମାମଲାରେ ନିଜର ପକ୍ଷ ରଖି ଏକ ଆଫିଡେଭିଟ୍‌ରେ ଦାଖଲ କରିଥିଲେ। ଏଥିରେ କେନ୍ଦ୍ର ସରକାର ଦାବି କରିଛନ୍ତି ଯେ, ଜାଲିଆତି ଏବଂ ପ୍ରତାରଣା ମାଧ୍ୟମରେ ସାରା ଦେଶରେ ବ୍ୟାପକ ଧର୍ମ ପରିବର୍ତ୍ତନ କରାଯାଉଛି।

ତେବେ କେନ୍ଦ୍ର ନିଜ ଆଫିଡେଭିଟ୍‌ରେ କହିଛନ୍ତି ଯେ, ସରକାର ଏହି ବିଷୟରେ ଅବଗତ ଅଛନ୍ତି ଏବଂ ଏଭଳି ଧର୍ମ ପରିବର୍ତ୍ତନ ପ୍ରସଙ୍ଗକୁ ଗୁରୁତର ସହ ନେଇ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ପ୍ରତାରଣା, ଧମକ, ଉପହାର ଏବଂ ଆର୍ଥିକ ଲାଭ ଦ୍ୱାରା ଧର୍ମ ପରିବର୍ତ୍ତନ ହେଉଛି ସମ୍ବିଧାନର ଧାରା ୧୪, ୨୧ ଏବଂ ୨୫ ର ଉଲ୍ଲଂଘନ। ‘ଯଦି ଏହି ପରିବର୍ତ୍ତନକୁ ନିଷେଧ କରାଯାଏ ନାହିଁ, ତେବେ ହିନ୍ଦୁମାନେ ଖୁବ୍ ଶୀଘ୍ର ଭାରତରେ ସଂଖ୍ୟାଲଘୁ ହୋଇଯିବେ ବୋଲି ଯେଉଁ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା।’

ଏହା ସହ କେନ୍ଦ୍ର ସରକାର କହିଛନ୍ତି ଯେ, ଓଡିଶା, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ହରିୟାଣାର ନଅଟି ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସଙ୍ଗରେ ଆଇନ ରହିଛି। ତେବେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ଉଠାଯାଇଥିବା ବିଷୟକୁ ଗୁରୁତର ସହ ନେଇ ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି।

Get real time updates directly on you device, subscribe now.