fbpx
BSKY
BJD SHG SKY
BJD MC SKY

ସନ୍ତାନ ପାଇଁ ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହେଲେ ଦମ୍ପତ୍ତି, ଏମିତି କଲେ ଗୁହାରି

ମୁମ୍ବାଇ: ମେଡିକାଲ ସାଇନ୍ସର ବିକାଶ ଆଉ ବିସ୍ତାର ବହୁ ମାତ୍ରାରେ ହେଉଛି । କେଉଁଠାରେ ଲ୍ୟାବରେ ରକ୍ତ ତିଆରି ହେଲାଣି ତ ଆଉ କେଉଁଠାରେ ନିଃସନ୍ତାନ ମାନେ ସନ୍ତାନ ପ୍ରାପ୍ତି କରି ପାରୁଛନ୍ତି । କିନ୍ତୁ ଏହା ଭିତରେ ଏପରି ଏକ ଘଟଣା ସାମ୍ନାକୁ ଆସି ପହଞ୍ଚିଛି ଯାହା ଶୁଣିଲେ ଆପଣ ଆଶ୍ଚର‌୍ୟ୍ୟ ହେବେ । ନ୍ୟାୟରେ ମନ୍ଦିରରେ ଏକ ଦମ୍ପତ୍ତି ପିଲା ପାଇଁ ଗୁହାରୀ କରୁଥିବାର ଶୁଣିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ସରୋଗେସି ମାଧ୍ୟମରେ ସନ୍ତାନ ପାଇଁ ମୁମ୍ବାଇର ଏକ ଦମ୍ପତ୍ତି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟରେ ଦେଇଥିବା ଯାଚିକାରେ ସେ ବର୍ଣ୍ଣନା କରିଛନ୍ତି ଯେ ମୁମ୍ବାଇରେ କୌଣସି ଜିଲ୍ଳାରେ ସରୋଗେସି ବୋର୍ଡ ନାହିଁ। ଏହା ସହିତ ମୁମ୍ବାଇରେ ଇନଫର୍ଟିଲିଟି କ୍ଲିନିକ ମଧ୍ୟ ନାହିଁ । ଯାହା ପାଇଁ ସେମାନେ ସରୋଗେସି କରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁ ନାହିଁ । ତେବେ ଏହି ଘଟଣାରେ ହାଇାକୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି । ଏହା ସହିତ ଆଗାମୀ ଶୁଣାଣି ପାଇଁ ଡିସେମ୍ବର ୧୨ ତାରିଖ ଧାର୍ଯ୍ୟ କରିଛନ୍ତି ।

ବିଚାରପତି ଏସ ଭି ଗଙ୍ଗାପୁରଓ୍ଵାଲାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଦାଖଲ ଯାଚିକା ଅନୁଯାୟୀ, ଆବେଦନକାରୀ ୨୦୧୬ରେ ବିବାହ କରିଥିଲେ। ଉଭୟ ଦମ୍ପତ୍ତିଙ୍କ ବୟସ ବର୍ତ୍ତମାନ ପାଖାପାଖି ୪୦ ବର୍ଷ ହେବ। ମହିଳା ଯୁବାବସ୍ଥାରୁ ହିଁ ମଧୁମେହ ଏବଂ ଅନ୍ୟ ରୋଗରେ ପୀଡିତ। ତାଙ୍କର ଗର୍ଭଧାରଣର ସାମର୍ଥ୍ୟ ବି ନାହିଁ। ଦମ୍ପତ୍ତି ବିଭିନ୍ନ ଫର୍ଟିଲିଟି କ୍ଲିନିକ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ ହେଁ ମହିଳା ଗର୍ଭଧାରଣ କରି ପାରିନଥିଲେ। ଏହା ପରେ ଦମ୍ପତ୍ତି ସରୋଗେସି କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସେମାନେ ଜାଣିବାକୁ ପାଇଥିଲେ ଯେ, ମୁମ୍ବାଇରେ ଅଦ୍ୟାବଧି ସରୋଗେସି ପାଇଁ କୌଣସି ବି କ୍ଲିନିକର ପଞ୍ଜିକରଣ କରାଯାଇ ନାହିଁ।

ଆବେଦନରେ ଦାବି କରାଯାଇଛି ଯେ, ସରୋଗେସି ଏବଂ ଆସିଷ୍ଟେଡ୍ ରିପ୍ରୋଡକ୍ଟିଭ ଟେକ୍ନିକ(ଏଆରଟି) ସଂପର୍କିତ ଆଇନ ସତ୍ତ୍ଵେ ମୁମ୍ବାଇରେ କୌଣସି ବି କ୍ଲିନିକର ପଞ୍ଜିକରଣ କରାଯାଇ ନାହିଁ। ବିନା ପଞ୍ଜିକରଣରେ କୌଣସି ବି କ୍ଲିନିକ ସରୋଗେସିର ଆବେଦନ ଗ୍ରହଣ କରି ପାରିବେ ନାହିଁ। ଦମ୍ପତ୍ତି କହିଛନ୍ତି, ଏ ସଂପର୍କିତ କେସରେ କୌଣସି ବି ଆବେଦନକାରୀଙ୍କୁ ଏଆରଟି କରାଇବାରେ ରୋକିବା ଭାରତର ସମ୍ବିଧାନର ଅନୁଚ୍ଛେଦ ୧୪ ଏବଂ ୨୧ରେ ପ୍ରଦତ୍ତ ମୌଳିକ ଅଧିକାରର ଉଲ୍ଲଂଘନ ହେବ। ଏହି ମାମଲାରେ ଉଚ୍ଚ ନ୍ୟାୟାଳୟ ମହାରାଷ୍ଟ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି। ମାମଲାର ଶୁଣାଣି ପାଇଁ ଡିସେମ୍ବର ୧୨ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି।

Get real time updates directly on you device, subscribe now.