fbpx

ଭୁଲରେ ବି ଉଧାରରେ ନିଅନ୍ତୁ ନାହିଁ ଏହି ୫ଟି ଜିନିଷ: ଲାଭ ବଦଳରେ ହୋଇଯିବ କ୍ଷତି !

ଲୋକମାନେ ଅତି ସହଜରେ ଜିନିଷକୁ ପରସ୍ପର ସହିତ ବାଣ୍ଟିଦିଅନ୍ତି । ଅନ୍ୟଙ୍କୁ ଜିନିଷ ଉଧାରରେ ଦେଇ ଆପଣ ପ୍ରେମର ଭାବନା ଦେଖାନ୍ତି । କିନ୍ତୁ ଏପରି ଅନେକ କାରଣ ରହିଛି, ଯାହା ଶରୀରର ଶକ୍ତି ଉପରେ ପ୍ରଭାବ ପକାଇପାରେ । କାରଣ ଏହା ଆପଣଙ୍କ ଭାଗ୍ୟ ଓ ଋଣଦାତା ଉପରେ ପ୍ରଭାବ ପକାଇଥାଏ । ପ୍ରାୟତଃ ଆମେ କଲମ, ଘଣ୍ଟା ଓ ରୁମାଲ ପରି ଜିନିଷ ଉଧାର ନେଉ, କିନ୍ତୁ ଏହା ପଛରେ ଥିବା ନକାରାତ୍ମକ ଶକ୍ତି ବିଷୟରେ ଜାଣିନାହୁଁ ଯାହାକି ସମସ୍ତଙ୍କ ଭାଗ୍ୟକୁ ପ୍ରଭାବିତ କରିଥାଏ । ଅଜାଣତରେ ଜିନିଷ ଉଧାରରେ ଆଣିବା ବା ଦେବା କୌଣସି ବ୍ୟକ୍ତିଙ୍କ ପାଇଁ ଦୁର୍ଭାଗ୍ୟକୁ ଆକର୍ଷିତ କରିପାରେ । ଆସନ୍ତୁ ଜାଣିବା କେଉଁ ଜିନିଷ ଉଧାରରେ ଆଣିବା ବା ଦେବା ଉଚିତ୍ ନୁହେଁ…

କଲମ :-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି ବିଶ୍ୱାସ କରାଯାଏ ଯେ ଆପଣ କେବେବି କାହାଠୁ କଲମ ଆଣିବା ବା ଦେବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ, ଅନ୍ୟର କଲମ ଦେବା କିମ୍ବା ରଖିବା ଆର୍ôଥକ ଅସ୍ଥିରତା ଆଣିପାରେ । ଯେତେବେଳେ ଆପଣ ନିଜ କଲମକୁ ଅନ୍ୟ କାହାକୁ ଦାନ କରୁଛନ୍ତି କିମ୍ବା ଉଧାର ଦେଉଛ, ଏହାର ଅର୍ଥ ହେଉଛି ଆପଣ ନିଜ କର୍ମକୁ କାହା ସହ ବାଣ୍ଟୁଛ ।

ଘଣ୍ଟା:-
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣଙ୍କୁ ଅନ୍ୟର ଘଣ୍ଟା ପିନ୍ଧିବା ଉଚିତ୍ ନୁହେଁ । ଅନ୍ୟର ଘଣ୍ଟା ପିନ୍ଧିବା ଆପଣଙ୍କ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିବା ସହିତ ଆର୍ôଥକ କ୍ଷତି ମଧ୍ୟ କରିପାରେ । ତେଣୁ ଯଦି ଆପଣ ଏକ ସ୍ଥିର ଏବଂ ସମୃଦ୍ଧ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ଆପଣ ଅନ୍ୟମାନଙ୍କ ଠାରୁ ଘଣ୍ଟା ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ ।

ବିବାହ ପାଇଁ ଟଙ୍କା :-
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଏକ ବଡ ବିବାହର ଆୟୋଜନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସର୍ବଦା ନିଜେ ଟଙ୍କାର ବ୍ୟବସ୍ଥା କରିବା ଉଚିତ୍ । ବିବାହ ପାଇଁ କାହାଠାରୁ ଟଙ୍କା ଉଧାର ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରାଯାଏ ଯେ, ଆର୍ଥିକ ଋଣ ସହିତ ବୈବାହିକ ଜୀବନର ଶୁଭାରମ୍ଭ କରିବା ଖରାପ ହୋଇଥାଏ । ଏଥିପାଇଁ ଏପରି କରିବାରୁ ଦୂରେଇ ରୁହନ୍ତୁ ।

ପୁସ୍ତକ :-
ପୁସ୍ତକଗୁଡ଼ିକ ଜ୍ଞାନର ବାହକ ଭାବରେ ବିବେଚନା କରାଯାଏ । ଆପଣ ପଢ଼ିଥିବା ବହି କାହାକୁ ଉଧାର ଦେବା ଉଚିତ୍ ନୁହେଁ । ଯଦି ଆପଣଙ୍କ ବନ୍ଧୁ ସମାନ ପୁସ୍ତକ ମାଗନ୍ତି, ତେବେ ତାଙ୍କୁ ନୂଆ ପୁସ୍ତକ କିଣି ଦେଇପାରିବେ । କିନ୍ତୁ ଆପଣ ନିଜର ଜ୍ଞାନ ପାଇଁ ବ୍ୟବହାର କରୁଥିବା ପୁସ୍ତକୁକୁ କେବେ ବି ଦାନ କରନ୍ତୁ ନାହିଁ ।

ବ୍ୟବହାର କରିଥିବା ଡ୍ରେସ୍ :-
ଯଦି ଆପଣଙ୍କୁ ଅନ୍ୟର ପୋଷାକ ପିନ୍ଧିବା କିମ୍ବା ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ପୋଷାକ ଉଧାର ନେବାର ଅଭ୍ୟାସ ଅଛି, ତେବେ ଆପଣ ଟିକେ ସତର୍କ ହୋଇଯାଆନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ, ଅନ୍ୟମାନଙ୍କ ଡ୍ରେସ୍ ଉଧାର ନେବାରୁ ଦୂରେଇ ରହିବ ଉଚିତ୍ । ଏହା ଆପଣଙ୍କ ପାଇଁ ଦୁଭାଗ୍ୟ ଆଣିପାରେ ।

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ପୋଷାକ ର ସମ୍ବନ୍ଧ ଶୁକ୍ର ସହିତ ରହିଛି ଏବଂ ଅନ୍ୟର ପୋଷାକ ପିନ୍ଧିବା ଆପଣଙ୍କ ଶୁକ୍ର ଗ୍ରହକୁ ଦୁର୍ବଳ କରିପାରେ । ଆପଣ ମଧ୍ୟ କାହାର ରୁମାଲ ବ୍ୟବହାର କରନ୍ତୁ ନାହିଁ କି ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଓ ଧନ ପ୍ରଭାବିତ ହୋଇପାରେ ।

Get real time updates directly on you device, subscribe now.