ଜାନୁଆରୀରେ ବିବାହ, ମାର୍ଚ୍ଚ ମାସରେ ଜନ୍ମ ହେଲା ଶିଶୁ, ତେବେ ବାପା କିଏ ?

ନୂଆଦିଲ୍ଲୀ: ଜଣେ ମହିଳା ୨୦୨୦ ଜାନୁଆରୀରେ ବିବାହ କରୁଛନ୍ତି ଏବଂ ସେହି ବର୍ଷ ମାର୍ଚ୍ଚରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଉଛନ୍ତି। ଏଠି ସଭିଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ବିବାହର ଦୁଇ ମାସ ପରେ ମହିଳା କେମିତି ଶିଶୁ ପୁତ୍ର ଜନ୍ମ ଦେଲେ। ସ୍ଵାଭାବିକ ଭାବେ ସେ ଆଗରୁ ଗର୍ଭବତୀ ଥିଲେ। କିନ୍ତୁ ଏଠାରେ ଆମେ ଏଠାରେ ଆମେ ବାୟୋଲୋଜିକଲ ଫାଦର ବିଷୟରେ ନୁହେଁ ଲ ଫାଦର ଦୃଷ୍ଟିରେ ଏହାକୁ ଜାଣିବାକୁ ଚେଷ୍ଟା କରିବା। ଏଠାରେ ଆଇନରେ କଣ ରହିଛି ତା ଉପରେ ଆଲୋଚନା କରିବା। ପ୍ରଶ୍ନ ଉଠୁଛି ପିଲାର ବାପା କିଏ ? ମହିଳାଙ୍କ ସ୍ଵାମୀ ଶିଶୁର ବାପା ନା ଅନ୍ୟ କୌଣସି ବ୍ୟକ୍ତି ? ଏହାକୁ କୁହାଯାଏ
ଲେଜିଟି ମେସି ଅଫ ଚାଇଲ୍ଡ ଅର୍ଥାତ ଆଇନ ଅନୁସାରେ ଶିଶୁର ପ୍ରକୃତ ପରିଚୟ କଣ ବା ପ୍ରକୃତ ବାପା କିଏ ?
ସମାଜରେ ସବୁଠୁ ବଡ କଥା ଶିଶୁର ବାପା କିଏ ସର୍ବଦା ପ୍ରଶ୍ନ ପଚାରଯାଏ ? ଧାରା ୧୧୨ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଅନୁଯାୟୀ, ବୈଧ୍ୟ ବିବାହ ଅର୍ଥାତ କୋର୍ଟ ମ୍ୟାରେଜ୍ କିମ୍ବା ପରମ୍ପରା ଅନୁସାରେ ବିବାହ ସମୟରେ କିମ୍ବା ବିବାହର ମାସେ କି ଦୁଇ ମାସ ଭିତରେ ଯଦି ମହିଳା ଶିଶୁ ଜନ୍ମ ଦିଅନ୍ତି ତେବେ ଉକ୍ତ ଶିଶୁର ପିତା ହେଉଛନ୍ତି ମହିଳାଙ୍କ ସ୍ଵାମୀ। ଏହି ଶିଶୁକୁ ମହିଳାଙ୍କ ସ୍ଵାମୀଙ୍କ ପରିଚୟ ହିଁ ମିଳିବ। ଏହାକୁ କୁହାଯାଏ ଦିସ୍ ଇଜ ଦ କନକ୍ଲ୍ୟୁସିଭ ପ୍ରୁଫ ଅଫ ଲେଜିଟିମେସି। କନକ୍ଲ୍ୟୁସିଭ ପ୍ରୁଫର ଅର୍ଥ ଏହା ପରେ ମହିଳାଙ୍କୁ କୌଣସି ପ୍ରକାରର ପ୍ରମାଣ ଦେବାକୁ ପଡିବ ନାହିଁ ଯେ, ଔରସରୁ ସେ କାହାର ଶିଶୁକୁ ଜନ୍ମ ଦେଇଛନ୍ତି।
ଯଦି କୌଣସି ଦମ୍ପତ୍ତିଙ୍କ ଛାଡପତ୍ର ବା ତଲାକ ହୁଏ ଏବଂ ଛାଡପତ୍ରର ୨୮୦ ଦିନ ଭିତରେ ଯଦି ମହିଳା ଶିଶୁ ଜନ୍ମ ଦିଅନ୍ତି ତେବେ ଉକ୍ତ ଶିଶୁର ବାପା କିଏ ହେବ ? ଉତ୍ତର ହେଉଛି ଉକ୍ତ ଶିଶୁର ବାପା ହେବେ ମହିଳା ଯାହାଙ୍କୁ ସେ ନିକଟରେ ଛାଡପତ୍ର ଦେଇଛନ୍ତି।
ଏହାକୁ ଅନ୍ୟ ଏକ ଦିଗରେ ଟେକ୍ନିକାଲି ହିସାବରେ ଦେଖିବା। ଉଦାହରଣ ସ୍ଵରୂପ ଉକ୍ତ ମହିଳାଙ୍କ ବିବାହ ୨୦୧୯ ଜାନୁଆରୀରେ ହୋଇଛି। ଆଉ ଛାଡପତ୍ର ହୋଇଛି ୨୦୧୯ ନଭେମ୍ବର ମାସରେ। ପୁଣି ୨୦୨୦ ଜାନୁଆରୀରେ ମହିଳା ପୁନର୍ବାର ବିବାହ କରିଛନ୍ତି ଏବଂ ବିବାହର ଦୁଇ ମାସ ପରେ ଶିଶୁ ଜନ୍ମ ଦେଇଛନ୍ତି। ଏହି କ୍ଷେତ୍ରରେ ଶିଶୁ ବାପା କିଏ ହେବ ? ମହିଳା ପୂର୍ବରୁ ଯେଉଁ ବ୍ୟକ୍ତିଙ୍କୁ ଛାଡପତ୍ର ଦେଇଛନ୍ତି ସେ ନା ଏବେ ବର୍ତ୍ତମାନ ଯାହାଙ୍କୁ ସେ ବିବାହ କରିଛନ୍ତି। ଯଦି ଏହି ମହିଳାଙ୍କ ୨୦୨୦ରେ ବିବାହ ହୋଇନଥାନ୍ତା ତେବେ ଶିଶୁର ବାପା ମହିଳା ଯାହାଙ୍କୁ ୨୦୧୯ ନଭେମ୍ବରରେ ଛାଡପତ୍ର ଦେଇଛନ୍ତି, ସେହି ବ୍ୟକ୍ତି ହୋଇଥାନ୍ତେ।
ତେବେ ମହିଳା ୨୦୨୦ ଜାନୁଆରୀରେ ବିବାହ କରିଛନ୍ତି, ତେଣୁ ଏହି କ୍ଷେତ୍ରରେ ଉକ୍ତ ଶିଶୁର ବାପା ହେବେ ବର୍ତ୍ତମାନ ଯିଏ ମହିଳାଙ୍କ ନୂତନ ସ୍ଵାମୀ ଅଛନ୍ତି।
୧୧୨ ଆକ୍ଟ ଏଥିପାଇଁ ତିଆରି କରାଯାଇଛି, ଯଦ୍ଵାରା ଶିଶୁ ଉପରେ ଦମ୍ପତ୍ତିଙ୍କ ବୈବାହିକ ଏବଂ ଛାଡପତ୍ର ଜୀବନର ନକରାତ୍ମକ ପ୍ରଭାବ ନପଡୁ। ଏମିତି କେସ୍ ୧୯୯୨ରେ ଘଟିଥିଲା। ପୁରୁଷ ବନ୍ଧ୍ୟାକରଣ ଥିଲେ। ତଥାପି ମହିଳା ଛୁଆ ଜନ୍ମ କଲେ। ପ୍ରଶ୍ନ ଉଠୁଛି ଶିଶୁର ବାପା କିଏ ? ବର୍ତ୍ତମାନ ସ୍ଵାମୀ ନା ଆଉ କିଏ ? ୧୯୯୨ର ଶୁଶାଣିରେ ଚନ୍ଦ୍ରମତିଙ୍କ କେସରେ କୋର୍ଟ କହିଥିଲେ ଯେ, ବୈବାହିକ ଜୀବନ ସମୟରେ ସ୍ଵାମୀ ଵନ୍ଧ୍ୟାକରଣ ଥାଇ ବି ଯଦି ପତ୍ନୀ ଶିଶୁ ଜନ୍ମ ଦେଉଛି ତେବେ ସ୍ଵାମୀ ହିଁ ଶିଶୁର ବାପା ହେବେ।