fbpx

୨୦୨୩ରେ କୁମ୍ଭ ରାଶିରେ ପ୍ରବେଶ କରିବେ ଶନି; ଏହିବ୍ୟକ୍ତିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ସେମାନଙ୍କ ସ୍ଥିତି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥିଏ । ତେବେ ଆଉ କିଛି ଦିନ ପରେ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି । ୨୦୨୩ ମସିହା ଆରମ୍ଭରୁ ହିଁ ନ୍ୟାୟର ଦେବତା ଶନି ତାଙ୍କ ସ୍ଥିତି ଓ ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଶନି ଜାନୁଆରୀ ୧୭ ତାରିଖରେ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ଫଳରେ ଏହା ମୋଟ ୧୨ ରାଶି ଉପରେକିଛି ନା କିଛି ପ୍ରଭାବ ପକାଇବ । ଫଳରେ କିଛି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟା ଦେଇ ଗତି କରିବେ ତ ଆଉ କିଛି ରାଶିର ବ୍ୟକ୍ତିମାନଙ୍କୁ ଏହା ବହୁତ ଫଳ ପ୍ରଦାନ କରିବ । ତେବେ ଶନିଙ୍କ ଏହି ରାଶି ପରିବର୍ତ୍ତନ ଖାସ କରି ୪ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୩ ଟି ମଙ୍ଗଳମୟ ହେବା ଅନେକ ଶୁଭ ଫଳ ମଧ୍ୟ ପ୍ରଦାନ କରିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ…

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ବୃଷ ରାଶିର ୧୦ମ ଭାଗରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୩ ମସିହା ବହୁତ ଶୁଭ ଦାୟକ ହେବ । ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଏଥିସହିତ ଅର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ ।

ମିଥୁନ: ଶନିଙ୍କ ରାଶି ଓ ଗତି ପିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ମିଥୁନ ରାଶିର ଭଗ୍ୟ ସ୍ଥାନରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ୨୦୨୩ରେ ଏହି ରାଶିର ବ୍ୟକ୍ତିମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ଏଥିସହିତ ପୂର୍ବରୁ ଲାଗି ରହିଥିବା ସମସ୍ୟା ସବୁ ଦୂର ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ ।

ତୁଳା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୩ରେ ଶନି ତୁଳା ରାଶିର ପଞ୍ଚମ ଭାଗରେ ପ୍ରବେଶ କରିବେ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଶନି ସାଢେସାତିରୁ ମୁକ୍ତି ମିଳିବ । ଏଥିସହିତ ସମାଜରେ ମାନ-ସମ୍ମାନ ପ୍ରାପ୍ତି ହେବା ସହ ପାରିବାରିକ ଜୀବନରେ ମଧ୍ୟ ସୁଖ ଶାନ୍ତି ଲାଗି ରହିବ । ତେବେ ୨୦୨୩ ମସିହା ଏହି ରାଶିର ବ୍ୟକ୍ତିମାନଙ୍କୁ ତାଙ୍କ କ୍ୟାରିୟରେ ଅନେକ ସଫଳତା ପ୍ରଦାନ କରିବ ।

ଧନୁ: ଶନି ଏହି ରାଶିର ତୃତୀୟ ସ୍ଥାନରେ ପ୍ରବେଶ କରିବେ , ଯାହାକି ଏହି ରାଶିର ବ୍ୟକ୍ତିମାନଙ୍କୁ ଅନେକ ସଫଳତା ପ୍ରଦାନ କରିବ । ଏଥିସହିତ ମାନସିକ ଦୁଃଚିନ୍ତା, ଦୁଃଖ, କଷ୍ଟ ଏବଂ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ । ଶନିଙ୍କ ଏହି ରାଶିର ପରିବର୍ତ୍ତନ ଧନୁରାଶିର ଆର୍ଥିକ ସ୍ଥିତି ମଜବୁତ କରିବା ସହ ଚାକିରୀ ଏବଂ ବେପାର ବାଣିଦ୍ୟରେ ଅନେକ ସଫଳତା ପ୍ରଦାନ କରିବ । ତେବେ ୨୦୨୩ ମସିହା ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବ ।

Get real time updates directly on you device, subscribe now.