fbpx

ଆଜି ବିଶ୍ୱ ଏଡ଼ସ୍ ଦିବସ, ସତର୍କ ରହିବା ପାଇଁ ଜାଣନ୍ତୁ ଲକ୍ଷଣ

ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ପ୍ରଥମ ଲକ୍ଷ୍ୟ ହେଉଛି ଏଡ଼ସକୁ ନେଇ ଲୋକ ମାନଙ୍କୁ ଜାଗରଣ କରିବା । ଏଡ଼ସର କାରଣ ହେଉଛି ଏଚଆଇଭି ( ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) । ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଆକ୍ରମଣ କରିଥାଏ । ଏବଂ ଏହାକୁ ଏତେ ପରିମାଣରେ ଦୁର୍ବଳ କରିଦେଇଥାଏ ଯାହା ଶରୀର ଅନ୍ୟ କୌଣସି ରୋଗ ସହ ଲଢେଇ କରିବାରେ ସକ୍ଷମ ହୋଇନଥାଏ । ଏଚଆଭି ଏମିତି ଏକ ସଂକ୍ରମଣ ଯାହାର ଚିକିତ୍ସା ନ କଲେ ଆଗକୁ ଯାଇ ଏହା ଏଡ଼ସ୍ ରେ ପରିଣତ ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର କୌଣସି ଶକ୍ତ ଚିକିତ୍ସା ବାହାରି ନାହିଁ ଯାହା ଏହାକୁ ସମ୍ପୂର୍ଣ୍ଣ ଠିକ କରିପାରିବ । କେବଳ କିଛି ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରୁଛି । ଔଷଧ ସାହାଯ୍ୟରେ ଶରୀରର ଇମ୍ୟୁନ ସିଷ୍ଟମକୁ ମଜବୁତ କରାଯାଇ ପାରୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ, ଏଚଆଇଭି କଣ୍ଟ୍ରୋଲ ପାଇଁ ବହୁ ପ୍ରକାର ଜିନିଷ ବାହାରି ମଧ୍ୟ ବର୍ତ୍ତମାନ ଏହା ଲକ୍ଷ ଲକ୍ଷ ଲୋକ ମାନଙ୍କୁ ସଂକ୍ରମିତ କରୁଛି । ୨୦୨୧ର ଶେଷ ସୁଧା ଦୁନିଆରେ ୩.୮୪ କୋଟି ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ଥିଲେ । ସେଥି ମଧ୍ୟରୁ ୨୦୨୧ ରେ ୬.୫ ଲକ୍ଷ୍ୟ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଡବ୍ଲ୍ୟୁଏଚଓ କହିବା ଅନୁସାରେ, କୋଭିଡ ପାଇଁ ଏହି ରୋଗୀ ମାନଙ୍କ ଇମ୍ୟୁନ ସିଷ୍ଟମକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ, ହୋଇପାରେ ଆସନ୍ତା ୧୦ବର୍ଷ ମଧ୍ୟରେ ୭୭ ଲକ୍ଷ ଲୋକ ମୃତ୍ୟୁ ବରଣ କରି ପାରନ୍ତି ।

ଏଡ଼ସ୍ ହେବାର କାରଣ ହେଉଛି ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ ଏଚଆଇଭି ବ୍ୟକ୍ତିଙ୍କ ରକ୍ତ । ସମୟ ପୂର୍ବରୁ ଏହାକୁ ଚିକିତ୍ସା କରିବା ନିହାତି ଆବଶ୍ୟକ । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଅନୁସାରେ, ଏହି ସଂକ୍ରମଣ ଏକ ଫ୍ଲ୍ୟୁ ପରି ହୋଇଥାଏ । ଯେପରି ଜ୍ୱର ହେବା, ଗଳା ଶୁଖିଯାଇ ଦୁର୍ବଳ ଅନୁଭବ କରିବା ପରି ଲକ୍ଷଣ । ଏଡସ୍ ହେବାପରେ ଓଜନ ହ୍ରାସ ଘଟିବା , ଜ୍ୱର ନ ଛାଡ଼ିବା ଏବଂ ରାତିରେ ଝାଳ ବାହାରିବା । ଥକାପଣରୁ ଦୁର୍ବଳ ଅନୁଭବ କରିବା ପରି ଲକ୍ଷଣ ହୋଇଥାଏ । ଏହା ୩ଟି ଷ୍ଟେଜ ଦ୍ୱାରା ଗତି କରିଥାଏ ।

ଭାରତରେ ପ୍ରଥମ ମାମଲା ସେକ୍ସ ୱାର୍କରଙ୍କ ପାଖରେ ଦେଖାଦେଇଥିଲା । ସେଥିପାଇଁ ଯୌନ ସମ୍ପର୍କ ରଖିବା ପୂର୍ବରୁ ସୁରକ୍ଷାକାରୀ ଜିନିଷ ବ୍ୟବାହାର କରନ୍ତୁ । ଏହାଛଡା ଇଞ୍ଜେକ୍ସନ ନେବା ପୂର୍ବରୁ ପ୍ୟାକେଟ ଯୁକ୍ତ ଛୁଂଚି ବ୍ୟବାହାର କରନ୍ତୁ । ଆଜିକାଲି ଟାଟୁ କରିବା ଏକ ଫ୍ୟାସନ ହୋଇଗଲାଣି ତେବେ ଭଲ ଯାଗାରେ ଟାଟୁ କରନ୍ତୁ ଯେଉଁଠାରେ ପ୍ୟାକେଟ ଯୁକ୍ତ ଛୁଂଚି ବ୍ୟବହାର କରାଯାଉଛି ।ଯଦି ଆପଣଙ୍କୁ ଏଚଆଇଭି ସଂକ୍ରମଣ ହୋଇଛି ତେବେ ଚିନ୍ତା ନ କରି ତୁରନ୍ତ ଡ଼ାକ୍ତର ସହ ପରାମର୍ଶ କରି ଆଣ୍ଟି ରେଟ୍ରୋଭାଇରଲ ଟ୍ରିଟମେଣ୍ଟ କରନ୍ତୁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମଜଭୁତ ଚିକିତ୍ସା ବାହାରି ନାହିଁ ହେଲେ ଔଷଧ ମାଧ୍ୟମରେ ଏହାକୁ ବଂଚାଯାଇ ପାରିବ ।

Get real time updates directly on you device, subscribe now.