fbpx

ଜୁବିନଙ୍କ ସହ ଦୁର୍ଘଟଣା; ଗୀତ ରିଲିଜ ପରେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଲୋକପ୍ରିୟ ସିଙ୍ଗର ଜୁବିନ ନୋଟିୟାଲଙ୍କ ସହ ଏକ ଦୁର୍ଘଟଣା ହୋଇଛି । ଫଳରେ ତାଙ୍କ ହାତ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଡାକ୍ତର ତାଙ୍କ ଡାହାଣ ହାତ ଅପରେସନ କରିବାକୁ କହିଛନ୍ତି । ଏଥିସହିତ ସେହି ହାତରେ କୌଣସି ବି କାମ କରିବାକୁ ବାରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ସିଙ୍ଗର ଜୁବିନଙ୍କର ଏକ ନୂଆ ଗୀତ ତୁ ସାମନେ ଆଏ ରିଲିଜ ହୋଇଛି । ଏହି ଗୀତକୁ ସେ ସିଙ୍ଗର ଯୋହାନୀଙ୍କ ସହ ଗାଇଛନ୍ତି । ତେବେ ଗୁରୁବାର ଅର୍ଥାତ ଗତକାଲି ଜୁବିନ ଏହି ଗୀତକୁ ଯୋହାନୀଙ୍କ ସହ ମିଶି ଉଦଘାଟନ କରିଥିଲେ । ଏହାପରେ ସେ ଘରକୁ ଫେରିବା ପରେ ହଠାତ ସିଡିରେ ତାଙଅକ ଗୋଡ ଖସିଯାଇଥିଲା । ଫଳରେ ସ ପଡିଯିବାରୁ ତାଙ୍କ ଡାହାଣ ହାତର କହୁଣି ଏବଂ ମୁଣ୍ଡରେ ଖୁବ ଜୋର ଆଘାତ ଲାଗିଛି । ତେବେ ଜୁବିନଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ଡାକ୍ତର ଜୁବିନଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା କହିଛନ୍ତି । ଏଥିସହିତ ତାଙ୍କ ଡାହାଣ ହାତ ଅପରେସନ ହେବ ବୋଲି ଜଣା ପଡିଛି । ବର୍ତ୍ତମାନ ଜୁବିନଙ୍କୁ ଡାହାଣ ହାତରେ କୌଣସି ବି କାମ କରିବାକୁ ବାରଣ କରାଯାଇଛି । ତେବେ ଜୁବିନଙ୍କ ଦୁର୍ଘଟଣା ଖବର ଜଣା ପଡିବା ପରେ ତାଙ୍କ ଫ୍ୟାନ୍ସ ଚିନ୍ତାରେ ପଡିଯାଇଛନ୍ତି । ଏଥିସହିତ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

Get real time updates directly on you device, subscribe now.