fbpx

Vijaya Hazare Trophy: ୧୫ ବର୍ଷ ପରେ ଚାମ୍ପିୟନ ହେଲା ସୌରାଷ୍ଟ୍ର, ମହାରାଷ୍ଟ୍ର ୫ ୱିକେଟରେ ପରାସ୍ତ

ନୂଆଦିଲ୍ଲୀ: ଆଜି ସୌରାଷ୍ଟ୍ର ଓ ମହାରାଷ୍ଟ୍ର ମଧ୍ୟରେ ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ମହାରାଷ୍ଟ୍ରକୁ ପରାସ୍ତ କରି ସୌରାଷ୍ଟ୍ର ଚାମ୍ପିୟନ ହୋଇଛି । ସୌରାଷ୍ଟ୍ର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଗତ ୨୦୦୭ରେ ଶେଷ ଥର ପାଇଁ ସୌରାଷ୍ଟ୍ର ବିଜୟ ହଜାରେ ଟ୍ରଫି ଜିତିଥିଲା । ୧୫ ବର୍ଷ ପରେ ସୌରାଷ୍ଟ୍ର ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲ କରିବାରେ ସମର୍ଥ ହୋଇଛି ।

ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୮ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ରୁତୁରାଜ ଗାଏକୱାଡ ଶତକୀୟ ଇନିଂସ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୪୦ ଅଙ୍କ ଟପି ପାରିନଥିଲେ । ଗୋଟିଏ ପଟେ ରୁତୁରାଜ ଷ୍ଟାଣ୍ଡ କରିଥିବା ବେଳେ ଅନ୍ୟ ପଟେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହେବାରେ ଲାଗିଥିଲେ । ମହାରାଷ୍ଟ୍ର ପକ୍ଷରୁ ଜିରାଗ ଜାନି ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ସୌରାଷ୍ଟ୍ର ୪୬.୩ ଓଭରରେ ୫ ୱିକେଟ ହରାଇ ଟାର୍ଗେଟ୍ ହାସଲ କରିନେଇଥିଲା । ଓପନର ଶେଲଡନ ଜ୍ୟାକସନ ୧୩୩ ରନ କରି ଅପରାଜିତ ରହିଥିବା ବେଳେ ୱିକେଟ କିପର ହାରଭିକ ଦେସାଇ ୫୦ ରନ୍ ସଂଗ୍ରହ କରିଥିଲେ । ମହାରାଷ୍ଟ୍ର ପକ୍ଷରୁ ମୁକେଶ ଚୌଧରୀ ଓ ଭିକି ଓଷ୍ଟୱାଲ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.