fbpx

ଆସନ୍ତା ୫ ତାରିଖ ରାତି ୮ଟାରେ ମୋ ମାଆ ମରିଯିବେ, ପ୍ଲିଜ୍ ମୋତେ ଛୁଟି ଦିଅନ୍ତୁ: ସ୍କୁଲ ଶିକ୍ଷକଙ୍କ ଅଜବ ପ୍ରକାରର ଛୁଟି ଦରଖାସ୍ତ

ନୂଆଦିଲ୍ଲୀ: ‘ମହୋଦୟ, ନିବେଦନର କାରଣ ଏହି କି ଯେ ଆସନ୍ତା ୫ ତାରିଖ ସୋମବାର ଦିନ ରାତି ୮ଟା ସମୟରେ ମୋ ମାଆ ମରିଯିବେ । ସେଥିପାଇଁ ମୁଁ ତାଙ୍କର ଅନ୍ତିମ ସଂସ୍କାର ଯୋଗଦେବା ପାଇଁ ୬ ଓ ୭ ତାରିଖ ଦୁଇଦିନ ବିଦ୍ୟାଳୟରେ ଅନୁପସ୍ଥିତ ରହିବି । ତେଣୁ ଆପଣଙ୍କୁ ବିନୀତ ଅନୁରୋଧ ଆପଣ ମୋର ଦୁଇଦିନର ଛୁଟି ଦରଖାସ୍ତକୁ ଗ୍ରହଣ କରନ୍ତୁ ।’

ନିଜର ଛୁଟି ଦରଖାସ୍ତରେ ଏପରି କିଛି ଲେଖିଛନ୍ତି ବିହାରର ଗୋଟିଏ ସ୍କୁଲର ଜଣେ ଶିକ୍ଷକ । ଆଜିକାଲିର ସୋସିଆଲ ମିଡ଼ିଆ ଯୁଗରେ ଛୋଟ, ବଡ଼ ସମସ୍ତ ଘଟଣାବଳୀ ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ଅନୁରୂପ ଭାବେ ଉକ୍ତ ଶିକ୍ଷକଙ୍କ ଛୁଟି ଦରଖାସ୍ତ ମଧ୍ୟ ଏବେ ଇଣ୍ଟରନେଟରେ ଘୂରି ବୁଲୁଛି । ରାଜ୍ୟର ବାଙ୍କା ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଏହି କାରନାମା କରିଥିବା ଶିକ୍ଷକ ଜଣଙ୍କ ହେଉଛନ୍ତି କଚାରୀ ପିପ୍ରା ଗ୍ରାମର ଅଜୟ କୁମାର ।

ତେବେ ଏପରି ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଖଦିଆରା ଉର୍ଦ୍ଦୁ ବିଦ୍ୟାଳୟର ରାଜ ଗୌରବ ନାମକ ଜଣେ ଶିକ୍ଷକଙ୍କ ଛୁଟି ଦରଖାସ୍ତ ମଧ୍ୟ ଭାଇରାଲ ହୋଇଛି । ‘ମୋର ସ୍ୱାସ୍ଥ୍ୟ ଡିସେମ୍ବର ୪ ଓ ୫ ତାରିଖରେ ଖରାପ ହେବ । ସେଥିପାଇଁ ମୁଁ ସ୍କୁଲକୁ ଯାଇ ପାରିବନି ନାହିଁ’ ବୋଲି ଶିକ୍ଷକ ଜଣଙ୍କ ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ଭାଗଲପୁର କମିସନର ସ୍କୁଲ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ଛୁଟି ଦରଖାସ୍ତରେ ହୋଇଥିବା ହରକତ ବିଷୟରେ ଜାଣିବାକୁ ପାଇଥିଲେ । ତେବେ ବିଡିଓଙ୍କ ଅନୁମୋଦନ ପରେ ପ୍ରଧାନଶିକ୍ଷକ ଛୁଟି ପ୍ରଦାନ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.