fbpx

ଖାଉଛନ୍ତି କି ମୋମୋସ୍ ହୋଇ ଯାଆନ୍ତୁ ସାବଧାନ: ଆପଣଙ୍କ ପ୍ରିୟ ଷ୍ଟ୍ରିଟ ଫୁଡରୁ ହୋଇପାରେ ଏପରି ମାରାତ୍ମକ ରୋଗ

ଫ୍ରାଏଡ୍, ଷ୍ଟିମ୍ଡ୍ କିମ୍ବା ତନ୍ଦୁରି ମୋମୋସ୍ ଯେକୌଣସି ଭାବେ ଖାଇଲେ ମଧ୍ୟ ତାହା ସ୍ୱାଦିଷ୍ଟ ଲାଗିଥାଏ । ତେବେ ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ୍ ଖାଦ୍ୟ ମଧ୍ୟରୁ ମୋମୋସ୍
ସବୁଠାରୁ ଅନ୍ୟତମ । ଯାହା ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ । ଚିକେନ୍, ମାଛ କିମ୍ବା ପନିପରିବାରେ ଭରପୂରଏହି ମୋମୋସ ବିଭିନ୍ନ , କିସମରେ ଉପଲବ୍ଧ ହୋଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରଥମେ ତିବତରେ ଉତ୍ପନ୍ନ ହୋଇଥିଲା । ଏହି ମୋମୋସ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।
ଏପରି କିଛି କାରଣ ରହିଛି ଯେଉଁଥି ପାଇଁ ଆପଣ ମୋମୋସ୍ ଠାରୁ ଦୂରେଇ ରହିବା ଉଚିତ୍ । ବିଶେଷତଃ ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ଯାହା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ।
ମୋମୋସ ମଇଦାରୁ ତିଆରି ହୋଇଥାଏ । ଏବଂ ମଇଦା ଖାଇବା ଦ୍ୱାରା ରକ୍ତରେ ଶର୍କରା ଏବଂ ଇନସୁଲିନ୍ ବୃଦ୍ଧି ପାଇ ମେଟାବୋଲିକ ସୃଷ୍ଟି ହୁଏ ।
ମୋମୋସ୍ ତିଆରି ପାଇଁ ମଇଦା ବହୁଳ ଭାବରେ ବ୍ୟବହୃତ ହୁଏ ଏବଂ ଏହାର ଉଚ୍ଚ ଷ୍ଟାର୍ଚ୍ ସାମଗ୍ରୀରେ ଫାଇବରର ଅଭାବ ରହିଥାଏ ଏବଂ ଖାଇବା ସମୟରେ ରକ୍ତରେ ଶର୍କରା ଶୀଘ୍ର ବୃଦ୍ଧି ପାଇଥାଏ । ବିଶୋଧିତ ମଇଦାର ହାଇପରଗ୍ଲାଇସେମିକ୍ ଏବଂ ହାଇପରିନସୁଲିନେମିକ୍ ପ୍ରଭାବରେ ରକ୍ତରେ ଶର୍କରା ସ୍ଥର ବଢିବାର ସମ୍ଭାବନା ରହିଥାଏ । ଯାହା ସମୟ ସହିତ ମଧୁମେହ ଏବଂ ହୃଦରୋଗ ଭଳି କ୍ରନିକ୍ ରୋଗର ଆଶଙ୍କାକୁ ଯଥେଷ୍ଟ ବଢାଇଥାଏ ।
ଯେହେତୁ ଅଧିକାଂଶ ମୋମୋ ରାସ୍ତା କଡ଼ରେ ଥିବାରୁ ମୋମୋସରେ ବ୍ୟବହୃତ ଖାଦ୍ୟକୁ ଠିକ ଭାବେ ଧୋଇ ନଥାନ୍ତି । ଏନେଇ ଇ.କୋଲି ବ୍ୟାକ୍ଟେରିଆ ଏବଂ ଜୀବାଣୁ ସୃଷ୍ଟି ହୋଇ ପରିସ୍ରା ସଂକ୍ରମଣ, ପେଟ ସଂକ୍ରମଣ, ବାନ୍ତି ଏବଂ ଅନେକ ସଂକ୍ରମଣର କାରଣ ହୋଇଥାଏ । କୋବି ଏବଂ ଗାଜର ପରି ପରିବା ଧୋଇଲେ ମଧ୍ୟ ପେଟ ଦରଜ ଭଳି ସମସ୍ୟା ଦେଖାଯାଏ ।
ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମୋମୋସ୍ କେବଳ ମୋଟାପଣର କାରଣ ହୋଇନଥାଏ ବରଂ ସ୍ନାୟୁ ଜନିତ ରୋଗ ଏବଂ ଛାତି ଯନ୍ତ୍ରଣା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.