fbpx

କିଭଳି ହୁଏ IAS ଙ୍କ ପଦୋନ୍ନତି, କେଉଁ ବିଭାଗରେ ମିଳେ କାମ କରିବାକୁ ସୁଯୋଗ

ନୂଆଦିଲ୍ଳୀ: ବର୍ତ୍ତମାନ ସମୟରେ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ବହୁ ଯୁବପିଢି ମନବଳାଉଛନ୍ତି । ଏହି ସେବାରେ ନିୟୋଜିତ ହୋଇ ସେମାନେ ଉଭୟ ଦେଶ ଆଉ ନିଜ ପାଇଁ କାର୍ଯ୍ୟ କରିବାକୁ ବଡ ଆଶା ରଖୁଛନ୍ତି । ଏହି କ୍ୟାରିୟର ସଂପ୍ରତି ଅଧିକ ଯୁବ ପିଢ଼ିଙ୍କ ଦ୍ୱାରା ଅଧିକ ଆଦୃତ ହେବାରେ  ଲାଗିଛି। ତେଣୁ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗିତାର ସ୍ତର ବଢିବାରେ ଲାଗିଛି।  ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରଶାସନିକ ସେବା କ୍ଷେତ୍ରରେ ପାଦ ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ତେବେ ଆଇଏଏସ ହେବା ପାଇଁ ବହୁ କଷ୍ଟ କରିବାକୁ ପଡେ ଏହାତ ସମସ୍ତଙ୍କୁ ଜଣା । ତେବେ ଏଥିପାଇଁ ୟୁପିଏସି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ । ଏହା ପରେ ଆପଣଙ୍କ ମାନଦଣ୍ଡ ଅନୁସାରେ ଆପଣଙ୍କୁ କେଉଁ ବିଭାଗ ମିଳିବା ଆବଶ୍ୟକ ତାହା ସ୍ଥିର କରାଯାଇଥାଏ ।

କିନ୍ତୁ ଆପଣ ଜାଣନ୍ତି କି ଏହି ପଦରେ କାର୍ଯ୍ୟ କରିବା ପରେ ଜଣେ ଆଇଏସ ଅଧିକାରୀଙ୍କର କିଭଳି ପଦୋନ୍ନତି ହୋଇଥାଏ । ଆପଣ ବିଭିନ୍ନ ଗଣମାଧ୍ୟମ କିମ୍ବା ଖବର କାଗରେ ପଢ଼ିଥିବେ ଯେ ଏହି ଆଇଏସ ଅଧିକାରୀଙ୍କର ପଦୋନ୍ନତି ହେଲା । କିମ୍ବା ଏହି ଆଇଏସ ଅଧିକାରୀଙ୍କୁ ଏହି ପଦଭାର ମିଳିଲା କିନ୍ତୁ ଏହା କିଭଳି ହୁଏ ତାହା ବିଷୟରେ ଖୁବ କମ ଅବଗତ । ଭାରତୀୟ ପ୍ରଶାସନିକ ସେବା ସବୁଠାରୁ ବିଶେଷ ହୋଇଥାଏ ।

ପ୍ରଶାସନିକ ଅଧିକାରୀଙ୍କର ପଦୋନ୍ନତି ବରିଷ୍ଠତା ଏବଂ ତାଙ୍କର କାର୍ଯ୍ୟଦକ୍ଷତା ଆଧାରରେ ହୋଇଥାଏ । ସେବା ସମୟରେ ଏହି ଅଧିକାରୀ ମାନେ କିଭଳି କାର୍ଯ୍ୟ କରୁଛନ୍ତି । ଏହି ଅଧିକାରୀ ମାନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଯାହା ଜନ କଲ୍ୟାଣ ପାଇଁ କେତେ ଲାଭଦାୟକ ହେଉଛି । ଏହା ଅଧିକାରୀ ମାନଙ୍କ ଯୋଗ୍ୟତା ଆଧାରରେ ହିଁ ପଦୋନ୍ନତି ହୋଇଥାଏ ।

ପଦୋନ୍ନତି ପରେ ଏହି ଅଧିକାରୀ ମାନେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଅନ୍ତର୍ଗତ ବିଭିନ୍ନ ପଦବୀ ରେ କାର୍ଯ୍ୟ କରିଥାଆନ୍ତି । ମୁଖ୍ୟତଃ ସେମାନଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ/ଉପସଚିବ/ନିର୍ଦ୍ଦେଶକ/ ଯୁଗ୍ମ ସଚିବ ଆଦି ପଦରେ କାର୍ଯ୍ୟ କରିଥାଆନ୍ତି ।  ଉଦାହରଣ ସ୍ୱରୁପ ବର୍ତ୍ତମାନ ଓଡିଶାର ମୁଖ୍ୟ ଶାସନ ସଚିବ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ୧୯୮୬ ମସିହା ବ୍ୟାଚର ଆଇଏସ ଅଧିକାରୀ ଅଟନ୍ତି ।

କେବଳ ଏତିକି ନୁହେଁ ଏହି ଅଧିକାରୀ ମାନଙ୍କ ପଦୋନ୍ନତି କ୍ୟାବିନେଟ ସେକ୍ରେଟେରି ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । କହିବାକୁ ଗଲେ ଏହା ପଦ ନୁହେଁ ଏହା ହେଉଛି ସେବାର ଏକ ମାର୍ଗ । ଆଉ ଯେଉଁ ଅଧିକାରୀ ମାନେ ନିଜର କାର୍ଯ୍ୟ ଦକ୍ଷତା ବଳରେ ଦେଶ ପାଇଁ ରାଜ୍ୟ ପାଇଁ ସେବା ମନବୃତ୍ତି ରଖି କାମ କରନ୍ତି ତାଙ୍କୁ ଶେଷରେ ସଫଳତା ଆଉ ସେହି ସମ୍ମାନ ନିଶ୍ଚୟ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.