fbpx

ପାକ୍ ସେନାଧ୍ୟକ୍ଷ ହେବା ମାତ୍ରେ ରଙ୍ଗ ଦେଖାଇଲେ ମୁନିର, ଏଲଓସିରେ ଭାରତ ବିରୋଧରେ ଓଗାଳିଲେ ବିଷ

ଇସଲାମାବାଦ: ପାକିସ୍ତାନର ନବ ନିଯୁକ୍ତ ସେନା ପ୍ରମୁଖ ଜେନେରାଲ ମୁନିର ପଦ ସମ୍ଭାଳିବା ମାତ୍ରେ ହୁଙ୍କାର ଭରିଛନ୍ତି। ଏଲଓସିରେ ଭାରତ ବିରୋଧରେ ଓଗାଳିଲେ ବିଷ। ସେ କହିଛନ୍ତି, ଯଦି ତାଙ୍କ ଦେଶ ଉପରେ ଆକ୍ରମଣ ହୁଏ ତେବେ ପାକିସ୍ତାନର ସଶସ୍ତ୍ର ବଳ କେବଳ ନିଜ ମାତୃଭୂମିର ରକ୍ଷା କରିବେ ନାହିଁ ବରଂ ଶତ୍ରୁ ଦେଶକୁ ମୁହଁତୋଡ ଜବାବ ଦେବେ। ମୁନିର ପାକିସ୍ତାନ ସେନାର ପ୍ରମୁଖ ପଦ ସମ୍ଭାଳିବା ପରେ ଶନିବାର ପ୍ରଥମ ଥର ନିୟନ୍ତ୍ରଣ ରେଖା(ଏଲଓସି) ଗସ୍ତ କରିଛନ୍ତି। ଏହି ସମୟରେ ସେ ରଖାଚିକରି ସେକ୍ଟରରେ ମୁତୟନ ପାକିସ୍ତାନୀ ସୈନିକଙ୍କୁ ଭେଟିଛନ୍ତି।

ମୁନିର କହିଛନ୍ତି, ଆମେ ନିକଟରେ ଗିଲଗିଟ୍ ବାଲଟିଷ୍ତାନ ଏବଂ ଜାମ୍ମୁ-କାଶ୍ମୀର ଉପରେ ଭାରତୀୟସ ସରକାରଙ୍କ ଅତ୍ୟଧିକ ଦାୟିତ୍ଵହୀନ ବୟାନ ଶୁଣିଛୁ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଯଦି ଆମ ଉପରେ ହମଲା କରାଯାଏ, ତେବେ ପାକିସ୍ତାନର ସଶସ୍ତ୍ର ବଳ କେବଳ ନିଜ ମାତୃଭୂମିର ଏକ ଏକ ଇଞ୍ଜ ଭୂମିର ରକ୍ଷା କରିବେ ନାହିଁ ବରଂ ଶତ୍ରୁକୁ ମୁହଁତୋଡ ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ରହିବେ। ଜେନେରାଲ ମୁନିର ନଭେମ୍ବର ୨୪ରେ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କ ସ୍ଥାନ ନେଇଥିଲେ।

ବାଜଓ୍ଵା ପାକିସ୍ତାନ ସେନାର ପ୍ରମୁଖ ଭାବେ ଦୁଇ ଥର ତିନି ବର୍ଷ ଲେଖାଏଁ କାର୍ଯ୍ୟକାଳ ସମ୍ଭାଳିବା ପରେ ଅବସର ନେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ ସମୟରେ ଜେନେରାଲ ମୁନିରଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ସଦ୍ୟତମ ଅବସ୍ଥା ଏବଂ ପାକିସ୍ତାନ ସେନାର ପାଟ୍ରୋଲିଂ ବିଷୟରେ ଅବଗତ କରାଗଲା। ଏହି ସମୟରେ ଜେନେରାଲ ମୁନିର ନିଜ ସେନା ଏବଂ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.