fbpx

ଗ୍ରାଜୁଏଟ୍ କରିଥିବା ଝିଅଙ୍କ ପାଇଁ ଖୁସିଖବର! ସରକାର ଦେବେ ୫୦ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଝିଅମାନଙ୍କୁ ପାଠପଢ଼ାରେ ପ୍ରୋତ୍ସାହନ କରିବା ପାଇଁ ସରକାର ଆଗେଇ ଆସିଛନ୍ତି । ସେହିପରି ବିହାରରେ ବାଳିକା ସ୍ନାତକ ପ୍ରୋତ୍ସାହନ ଯୋଜନା ଅଧିନରେ ଛାତ୍ରୀମାନଙ୍କୁ ସରକାର ୫୦-୫୦ ହଜାର ଟଙ୍କା ଦେଉଛନ୍ତି । ପୂର୍ବରୁ ଏହାର ପରିମାଣ ୨୫-୨୫ ହଜାର ଟଙ୍କା ଥିଲା । ଯୋଜନା ଅଧିନରେ ଏହି ଟଙ୍କା ଛାତ୍ରୀଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରାଯାଏ ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ନିୟମ ଅନୁସାରେ, ଏହି ସୁବିଧା କେବଳ ସେହି ଛାତ୍ରୀମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କଲେଜରୁ ସ୍ନାତକ କରିଛନ୍ତି । ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ପାଇଁ ଶିକ୍ଷା ବିଭାଗ ପ୍ରାୟ ୪୦ କୋଟି ଟଙ୍କା ଆବଣ୍ଟନ କରିଛି ।

ଏହି ଯୋଜନାରେ ଆବେଦନ କରୁଥିବା ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ । ଏହି ଯୋଜନାର ଫାଇଦା ଉଠାଇବାକୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ । ଅନଲାଇନ୍ ରେଜିଷ୍ଟ୍ରେସନ୍ ପାଇଁ ଆପଣଙ୍କୁ http://edudbt.bih.nic.in/ ଯିବାକୁ ପଡିବ ।

ଏହି ୱେବସାଇଟକୁ ଯିବା ପରେ ଆପଣ ସ୍କିମ୍ ସହିତ ଜଡିତ ଦୁଇଟି ଲିଙ୍କ୍ ପାଇବେ । ୨ଟି ଯାକ ଲିଙ୍କ ଗୋଟିଏ ପେଜକୁ ନେଇଯିବ । ତୃତୀୟ ଲିଙ୍କ୍ କଲେଜ ପାଇଁ ରହିଛି । ଦୁଇଟି ଲିଙ୍କ ମଧ୍ୟରୁ ଯେକୌଣସି ଉପରେ କ୍ଲିକ୍ କରି ଆପଣ ଫର୍ମ ପୂରଣ କରିପାରିବେ ।

ସମ୍ପୃକ୍ତ ଲିଙ୍କରେ କ୍ଲିକ୍ କରିବା ପରେ ବିଶ୍ୱବିଦ୍ୟାଳୟର ନାମ ଚୟନ କରି ସର୍ଚ୍ଚ କର । New Registration ଉପରେ କ୍ଲିକ୍ କରିବାରୁ ଆପଣଙ୍କୁ ଲଗଇନ୍ ଆଇଡି ଏବଂ ପାସୱାର୍ଡ ମିଳିଯିବ । ଏହି ମାଧ୍ୟମରେ ଆବେଦନ ପାଇଁ ଆପଣଙ୍କୁ ଲଗଇନ୍ କରିବାକୁ ପଡିବ ।

Get real time updates directly on you device, subscribe now.