fbpx

ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବାରୁ ଶିକ୍ଷକ ସସପେଣ୍ଡ, କଂଗ୍ରେସ କହିଲା- RSS ଶାଖାକୁ ଯିବାରେ ରୋକ୍ ନାହିଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଜାରି ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବା ଶିକ୍ଷକଙ୍କୁ ପଡିଲା ମହଙ୍ଗା। ଚାକିରିରୁ ହେଲେ ନିଲମ୍ଵିତ।  ମଧ୍ୟ ପ୍ରଦେଶର ବଡବାନୀ ଜିଲ୍ଲାରେ ଜଣେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଏମିତି ଅଭିଯୋଗରେ ନିଲମ୍ବନ କରାଯାଇଛି। ଶନିବାର ଅଧିକାରୀ ଏହାର ସୂଚନା ଦେଇଛନ୍ତି। ହେଲେ ଶିକ୍ଷକ କହୁଛନ୍ତି ଯେ, ସେ ଗୁରୁତ୍ଵପୂର୍ଣ୍ଣ  କାମ ପାଇଁ ଛୁଟି ମାଗିଥିଲେ। ହେଲେ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ୍ ହେବା ପରେ ସେ ନିଜର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ।

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେଶ କନ୍ନୋଜଙ୍କୁ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବାର ଗୋଟିଏ ଦିନ ପରେ ନଭେମ୍ବର ୨୫ରେ ନିଲମ୍ବନ କରି ଦିଆଯାଇଛି। ଜନଜାତି କାର୍ଯ୍ୟ ବିଭାଗର ସହାୟକ କମିସନର ଏନଏସ ରଘୁବଂଶୀ କହିଛନ୍ତି, କନ୍ନୋଜଙ୍କୁ ସେବା ଆଚରଣ ନିୟମ ଉଲ୍ଲଂଘନ ଏବଂ ରାଜନୈତିକ ରାଲିରେ ଭାଗ ନେବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ସେ ଗୁରୁତ୍ଵପୂର୍ଣ୍ଣ କାମ ଥିବା କହି ଛୁଟି ମାଗିଥିଲେ। ମାତ୍ର ସେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିଥିଲେ।

ରାଜ୍ୟ କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ କେକେ ମିଶ୍ର ଟ୍ଵିଟରେ କହିଛନ୍ତି, ଶିବରାଜ ସିଂହ ଚୌହାନ ସରକାର କର୍ମଚାରୀଙ୍କୁ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ଶାଖାରେ ଭାଗ ନେବାକୁ ଅନୁମତି ଦେଉଛି। ମାତ୍ର ଶିକ୍ଷକ  ରାଜେଶ କନ୍ନୋଜଙ୍କୁ  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବାରୁ ନିଲମ୍ବିତ କରି ଦିଆଗଲା। ଏ କେମିତି କା ନୀତି ବୋଲି ସେ ପ୍ରଶ୍ନ କରିଛନ୍ତି। ବୁରହାନପୁର ଜିଲ୍ଲାରୁ ନଭେମ୍ବର ୨୩ରେ ମଧ୍ୟ ପ୍ରଦେଶରରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ।

Get real time updates directly on you device, subscribe now.