fbpx

ଶ୍ରୀମନ୍ଦିର ଉପରେ ଭିଡିଓ ସୁଟ ପାଇଁ କ୍ଷମା ପ୍ରାର୍ଥନା କରୁଛି: ବଙ୍ଗୀୟ ୟୁଟ୍ୟୁବର

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଆସିବା ପରେ ବର୍ତ୍ତମାନ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡିଛି । ତେଣୁ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିଛି ଦିନ ତଳେ ଶ୍ରୀ ମନ୍ଦିରର ଭିତର କାଠ ନିକଟରେ ଫଟୋ ଉଠାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ପୁଣିଥରେ ଜଣେ ବଙ୍ଗୀୟ ୟୁ-ଟ୍ୟୁବର ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡାଇଛନ୍ତି ।

ସୂଚନା ଅନୁଯାୟୀ, ୟୁନିଫାଏଡ ଅନିମେଶ ନାମରେ ସୋସିଆଲ ମିଡିଆ ଆକାଉଣ୍ଟରୁ ୫ମିନିଟ ୪୩ ସେକେଣ୍ଡର ଭିଡିଓ ସେୟାର କରାଯାଇଥିଲା । ଯେଉଁ ଭିଡିଓରେ ଶ୍ରୀ ମନ୍ଦିରର ସମ୍ପୂର୍ଣ୍ଣ ମ୍ୟାପିଂ ଦେଖାଯାଉଛି । ଶ୍ରୀ ମନ୍ଦିର ନୀଳାଚକ୍ରରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି । ତେଣୁ ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ, ନୋ ଫ୍ଲାଇଂ ଜୋନରେ ଡ୍ରୋନ କିପରି ଉଡିଲା ଏବଂ ଏହାକୁ ଅନୁମତି କିଏ ଦେଲା ।

ଭିଡିଓ ଭାଇରାଲ୍ ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଏନେଇ ଏତଲା ଦାଖଲ କରିଥିଲେ, ପୁରୀ ଭଏସ୍ ଅଫ୍ କମନମ୍ୟାନ । ଏହାପରେ ଭିଡିଓ ଅପଲୋଡ କରିଥିବା ବଙ୍ଗୀୟ ୟୁଟ୍ୟୁବର କ୍ଷମା ମାଗିଛନ୍ତି । ୟୁ-ଟ୍ୟୁବର ଜଣକ ହେଉଛନ୍ତି ଆନିମେଷ ଏବଂ ସେ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡାଇଥିବା ନେଇ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ମାଗିଛନ୍ତି । ଏହାପରେ ଓଡ଼ିଶାବାସୀ ଏବଂ ଓଡ଼ିଶା ପୁଲିସକୁ ଭୁଲ ମାଗି କହିଲେ ଯେ, ମୁଁ ନୋ ଫ୍ଲାଇଂ ଜୋନ ସମ୍ପର୍କରେ କିଛି ଜାଣି ନଥିଲି ।

Get real time updates directly on you device, subscribe now.