fbpx

ସପ୍ତାହର ପ୍ରଥମ ଦିନରେ ମହଙ୍ଗା ହେଲା ସୁନା-ରୂପା: ଜାଣନ୍ତୁ ୨୨ କ୍ୟାରେଟ୍ ପିଛା କେତେ ଅଛି ଗୋଲ୍ଡ ରେଟ୍ ?

ନୂଆଦିଲ୍ଲୀ: ଭାରତୀୟ ବୁଲିଅନ୍ ବଜାରରେ ସୋମବାର ଦିନ ସୁନା-ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ୯୯୯ ଶୁଦ୍ଧତା ସହିତ ଦଶ ଗ୍ରାମ ସୁନା ବୃଦ୍ଧି ସହିତ ୫୩ ହଜାରରୁ ଅଧିକ ରହିଥିବାବେଳେ ୯୯୯ ଶୁଦ୍ଧତା ସହିତ ଏକ କିଲୋଗ୍ରାମ ରୂପା ମୂଲ୍ୟ ୬୫ ହଜାର ଅତିକ୍ରମ କରିଛି ।

ଅଫିସିଆଲ୍ ୱେବସାଇଟ୍ ibjarates.com ଅନୁଯାୟୀ, ୯୯୫ ଶୁଦ୍ଧତାର ଦଶ ଗ୍ରାମ ସୁନା ମୂଲ୍ୟ ଆଜି ସକାଳେ ୫୩,୭୫୬ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ୯୧୬ ଶୁଦ୍ଧତାର ୧୦ ଗ୍ରାମ ସୁନା ଆଜି ୪୯୪୩୮ ଟଙ୍କା ହୋଇଛି । ଏହା ବ୍ୟତୀତ ୭୫୦ ଶୁଦ୍ଧତାର ସୁନା ମୂଲ୍ୟ ୪୦,୪୭୯ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ୫୮୫ ଶୁଦ୍ଧତା ସହିତ ସୁନା ମହଙ୍ଗା ହୋଇ ଆଜି ୩୧୫୭୪ ଟଙ୍କାକୁ ଆସିଛି । ଏହା ବ୍ୟତୀତ ୯୯୯ ଶୁଦ୍ଧତାର ଏକ କିଲୋଗ୍ରାମ ରୂପା ଆଜି ୬୫୮୯୧ ଟଙ୍କା ହୋଇଛି ।

ତେବେ ୨୪ କ୍ୟାରେଟ୍ ସୁନାକୁ ଶୁଦ୍ଧ ସୁନା କୁହାଯାଏ । ଏଥିରେ ଅନ୍ୟ କୌଣସି ଧାତୁ ମିଶିନଥାଏ । ଏହାକୁ ୯୯.୯ ପ୍ରତିଶତ ଶୁଦ୍ଧତାର ସୁନା କୁହାଯାଏ । ୨୨ କ୍ୟାରେଟ୍ ସୁନାରେ ୯୧.୬୭ ପ୍ରତିଶତ ଶୁଦ୍ଧ ସୁନା ଓ ୮.୩୩ ପ୍ରତିଶତ ଅନ୍ୟ ଧାତୁ ରହିଛି । ୨୧ କ୍ୟାରେଟ୍ ସୁନାରେ ୮୭.୫ ପ୍ରତିଶତ ଶୁଦ୍ଧ ସୁନା ଥାଏ । ୧୮ କ୍ୟାରେଟରେ ୭୫ ପ୍ରତିଶତ ଶୁଦ୍ଧ ସୁନା ଏବଂ ୧୪ କ୍ୟାରେଟରେ ୫୮.୫ ପ୍ରତିଶତ ଶୁଦ୍ଧ ସୁନା ଥାଏ ।

ସୋମବାର ହାର
ସୁନା (୧୦ ଗ୍ରାମ ପ୍ରତି) ୯୯୯ ଶୁଦ୍ଧତା ସହ ୫୩୯୭୨ ଟଙ୍କା ।
ସୁନା (୧୦ ଗ୍ରାମ ପ୍ରତି) ୯୯୫ ଶୁଦ୍ଧତା ସହ ୫୩୭୫୬ ଟଙ୍କା ।
ସୁନା (୧୦ ଗ୍ରାମ ପ୍ରତି) ୯୧୬ ଶୁଦ୍ଧତା ସହ ୪୯୪୩୮ ଟଙ୍କା ।
ସୁନା (୧୦ ଗ୍ରାମ ପ୍ରତି) ୭୫୦ ଶୁଦ୍ଧତା ସହ ୪୦୪୭୯ ଟଙ୍କା ।
ସୁନା (୧୦ ଗ୍ରାମ ପ୍ରତି) ୫୮୫ ଶୁଦ୍ଧତା ସହ ୩୧୫୭୪ ଟଙ୍କା ।
ରୂପା (୧ କିଲୋଗ୍ରାମ ପ୍ରତି) ୯୯୯ ଶୁଦ୍ଧତା ସହ ୬୫୮୯୧ ଟଙ୍କା ।

Get real time updates directly on you device, subscribe now.