fbpx

‘ମୁଁ ଯାହା କହିଥିଲି, ତାହା କରିକି ଦେଖାଇଛି’ ଯୋଗୀଙ୍କ କିଛି ଏଭଳି କଥାରେ କମ୍ପିଲା ବିଧାନସଭା

ନୂଆଦିଲ୍ଲୀ:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କିଏ ଅବା ନଜାଣେ । ତାଙ୍କର କାର୍ଯ୍ୟ ହିଁ ତାଙ୍କର ପରିଚୟ । କ୍ଷମତାକୁ ଆସିବା ପରେ ସେ ଏହି ଭଳି ବହୁ କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ସବୁ ବେଳେ ଚର୍ଚ୍ଚା ବିଷୟ ପାଲଟିଥାଆନ୍ତି । ମଙ୍ଗଳବାର ଚାଲୁଥିବା ବିଧାନସଭାରେ ଯୋଗୀ କିଛି ଏପରି କହିଛନ୍ତି ଯାହା ସମସ୍ତଙ୍କର ହୋସ ଉଙ୍ଗାଇ ଦେଇକ୍ତି । ସେ କହିଛନ୍ତି ମୁଁ ଯାହା କହିଥିଲି, ତାହା କରିକି ଦେଖାଇଛି । ମୁଁ କହିଥିଲି ରାଜ୍ୟର ପରିଚୟ ବଦାଇଳିବ ତାହା ଏବେ ବାସ୍ତବିକ ରୂପ ଧାରଣ କରିଛି । ପ୍ରଥମେ ଏଠାରେ କେବଳ ମାଡ,ଗୋଳ ହେଉଥିଲା କିନ୍ତୁ ଏବେ ଏଠାରେ ଏବେ ନିବେଶ କରିବା ପାଇଁ ଲୋକ ତତ୍ପରତା ଦେଖାଉଛନ୍ତି ।

ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ୫ବର୍ଷ ଭିତରେ ଯେଉଁ କାର୍ଯ୍ୟ କରିଛନ୍ତି ତାହାକୁ କାର୍ଯ୍ୟ ସୂଚନା ଦର୍ଶାଇଛନ୍ତି । ଆଗରୁ ଏଠାରେ ବିକାଶ ର ପାଇଁ କୌଣସି ମାର୍ଗ ଦିଶୁ ନଥିଲା କିନ୍ତୁ ଏବେ ଏଠାରେ ଏଭଳି ପରିବର୍ତ୍ତନ ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ପ୍ରଦେଶକୁ ଗଣ୍ଡ ଗୋଳ ମୁକ୍ତ କରିଛୁ , ଯେଉଁଠାରେ ପ୍ରତ୍ୟେକ ଲୋକ ନିଜକୁ ସୁରକ୍ଷିତ ଅନୁଭବ କରୁଛନ୍ତି ।

ଯୋଗୀ ସୂଚନା ଦେଇ କହିଛନ୍ତି ଯେ ୫ବର୍ଷ ଭିତରେ ୟୁପି ନିବେଶର ମହାକୁମ୍ଭ ଭାବେ ପରିଗଣିତ ହୋଇଛି । ଏଠାରେ ୪ଲକ୍ଷ କୋଟୀର ନିବେଶ ହୋଇଛି । ଯାହା ପାଇଁ ୟୁପି ଏକ୍ସପର୍ଟର ହବ ପାଲଟି ପାରିଛି । ଏମଏସଏମଇ ବୃଦ୍ଧି ପାଉଛି ।

ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ ଜି-୨୦ ଠାରୁ ଆରମ୍ଭ କରି ଆଗକୁ ହେବାକୁ ଥିବା କୁମ୍ଭ ମେଳା ପର୍ଯ୍ୟନ୍ତ ହୋଇଥିବା ଅର୍ଥ ନିବେଶ କଥା ମଧ୍ୟ କହିଛନ୍ତି । କେବଳ ଏତିକି ନୁହେଁ ମେଡିକଲେଜ ନିର୍ମାଣ ବିଷୟରେ ମଧ୍ୟ ଯୋଗୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.