fbpx

(Video) ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଫସିଗଲେ ଛାତ୍ରୀ: ଦେଖନ୍ତୁ ଉଦ୍ଧାର ସମୟର ଲୋମ ଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ: ବିଶାଖାପାଟନମ ଜିଲ୍ଲାର ଦୁବ୍ଦାଡା ରେଲେୱ ଷ୍ଟେସନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଠାରେ ଟ୍ରେନରୁ ଓହ୍ଲାଉଥିବା ସମୟରେ ଜଣେ ଛାତ୍ରୀ ଟ୍ରେନ୍ ଓ ପ୍ଲାଟଫର୍ମ ଭିତରେ ଫସିଯାଇଥିବା ଦେଖିବାକୁ ମିଳିଛି । ଏଭଳି ଅଘଟଣା ଘଟିବା ମାତ୍ରେ ଟ୍ରେନକୁ ତୁରନ୍ତ ଅଟକାଯାଇଥିଲା ଓ ଉଦ୍ଧାରକାରୀ ଦଳ ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

ଘଟଣା ମୁତାବକ, ବିଶାଖାପାଟନମ ଜିଲ୍ଲା ଦୁବ୍ଦାଡା ଷ୍ଟେସନରେ ସାଇକ୍ସ କଲେଜରେ ପଢୁଥିବା ଜଣେ ଛାତ୍ରୀ(ଶଶିକଳା) ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସରୁ ଓହ୍ଲାଇବା ସମୟରେ ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଖସି ପଡିଥିଲେ । ଛାତ୍ରୀ ଜଣକ ଟ୍ରେନରୁ ଓହ୍ଲାଇବା ସମୟରେ ଏହି ଘଟଣା ଘଟିଥିଲା । ଘଟଣା ଘଟିବା ପରେ ଟ୍ରେନକୁ ଅଟକାଯାଇଥିଲା, କିନ୍ତୁ ଛାତ୍ରୀ ଜଣକ ମଝିରେ ଫସିଯାଇଥିଲେ ।  ଆରପିଏଫ ଯବାନଙ୍କ ଅନେକ ପରିଶ୍ରମ ପରେ ତାଙ୍କୁ ସେଠାରୁ ବାହାର କରାଯାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପ୍ଲାଟଫର୍ମରେ ଛାତ୍ରୀ ଶଶିକଳା ଓହ୍ଲାଉଥିବା ବେଳେ ପାଦ ଖସିଯାଇଥିଲା । ଯାହାଫଳରେ ପ୍ଲାଟଫର୍ମ ଏବଂ ଟ୍ରେନ ମଝିରେ ଛାତ୍ରୀ ଜଣକ ଫସିଯାଇଥିଲେ । ଛାତ୍ରୀ ଜଣକ ସହାୟତା ପାଇଁ ଚିତ୍କାର କରିଥିଲେ । ଫଳରେ ଷ୍ଟେସନ ଅଧିକାରୀ ତୁରନ୍ତ ଟ୍ରେନ ଅଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ଛାତ୍ରୀ ଜଣକ ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆରପିଏଫ ଯବାନଙ୍କ କଠିନ ପରିଶ୍ରମ କରିବା ପରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରିବା ପାଇଁ ପ୍ଲାଟଫର୍ମର ଏକ ଅଂଶକୁ କଟାଯାଇଥିଲା ।

 

View this post on Instagram

 

A post shared by ABP News (@abpnewstv)

Get real time updates directly on you device, subscribe now.