fbpx

ଜୋମାଟୋ ପରେ ଛଟେଇ କରିବ Swiggy! ୨୫୦ କର୍ମଚାରୀ ହରାଇପାରନ୍ତି ଚାକିରି

ନୂଆଦିଲ୍ଲୀ: ଜୋମାଟୋ ପରେ ଆଉ ଏକ ଅନଲାଇନ୍ ଫୁଡ ଡେଲିଭରୀ କମ୍ପାନୀ ସ୍ୱିଗୀ ନିଜ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ପ୍ରାୟ ୨୫୦ କର୍ମଚାରୀଙ୍କୁ ବାହାର କରିବାକୁ ଯାଉଛି ସ୍ୱିଗୀ, ଯାହାକି ମୋଟ କର୍ମଚାରୀଙ୍କ ୩ରୁ ୫ ପ୍ରତିଶତ ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ, ଛଟେଇ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ସପ୍ଲାଇ ଚେନ୍, ଅପରେସନ୍, କଷ୍ଟମର ସର୍ଭିସ୍ ଓ ଟେକ୍ନୋଲୋଜି ଭୂମିକା ସହ ଜଡ଼ିତ ଲୋକମାନେ ଏହି ଛଟେଇ ଦ୍ୱାରା ପ୍ରଭାବିତ ହେବେ । ଇକୋନୋମିକ୍ ଟାଇମ୍ସ ଅନୁସାରେ, ସ୍ୱିଗୀ ଏକ ଇମେଲରେ କହିଛି ଯେ ବର୍ତ୍ତମାନ ସୁଦ୍ଧା କୌଣସି ଛଟେଇ ହୋଇନାହିଁ, କିନ୍ତୁ ଭବିଷଞତରେ ଏହାକୁ ଏଡ଼ାଯାଇ ପାରିବ ନାହିଁ । ସ୍ୱିଗୀ କହିଛି ଯେ, ଆମେ ଅକ୍ଟୋବରରେ ଆମର ପ୍ରଦର୍ଶନ ଚକ୍ର ସମାପ୍ତ କରିଛୁ ଏବଂ ସବୁ ସ୍ତରରେ ରେଟିଂ ଏବଂ ପଦୋନ୍ନତି ଦେଇଛୁ । କମ୍ପାନୀ କହିଛି ଯେ ପ୍ରତ୍ୟେକ ସାଇକେଲରେ କାର୍ଯ୍ୟଦକ୍ଷତା ଆଧାରରେ ଲୋକଙ୍କୁ ବାହାର କରାଯିବ ।

ଏହାପୂର୍ବରୁ ଜୋମାଟୋରେ ଛଟେଇ କରାଯାଇଛି । ଗତ ମାସରେ ଖବର ଆସିଥିଲା ଯେ ଜୋମାଟୋ ୧୦୦ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଥଏହି କର୍ମଚାରୀମାନେ କମ୍ପାନୀର ବିଭିନ୍ନ କାର୍ଯ୍ୟ ଯେପରିକି ପ୍ରଡକ୍ଟ, ଟେକ୍, କାଟାଲଗ୍, ମାର୍କେଟିଂ ସହିତ ଜଡିତ ଥିଲେ । ମୋଟ କର୍ମଚାରୀଙ୍କ ମଧ୍ୟରୁ ୪ ପ୍ରତିଶତଙ୍କୁ ବାହାର କରିବାକୁ ଜୋମାଟୋ ପ୍ଲାନ୍ କରିଛି ।

Get real time updates directly on you device, subscribe now.