fbpx

ଖେଳଣା ବନ୍ଧୁକ ଦେଖାଇ ଲୁଟିନେଲା ୧୦ ଲକ୍ଷ ଟଙ୍କାର ଗହଣା; କିନ୍ତୁ ଶେଷରେ କରିଦେଲା ଏହି ଭୁଲ

ମୁମ୍ବାଇ: ଅନେକ ଥର ଚୋରିର ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସିଥାଏ । ବେଳେବେଳେ ଚୋରମାନେ ମଧ୍ୟ ସେମାନଙ୍କର ମଜାଳିଆ କାର୍ଯ୍ୟ ଯୋଗୁଁ ଚର୍ଚ୍ଚାକୁ ଆସିଥାନ୍ତି । ଆଉ ବେଳେବେଳେ ଏହି ଚୋର ମଧ୍ୟ ଧରା ପଡ଼ି ଯାଆନ୍ତି । ଠିକ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଚୋର ନକଲି ବନ୍ଧୁକ ସାହାଯ୍ୟରେ ଚୋରି କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଚୋରଟି ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲା କିନ୍ତୁ ଶେଷରେ ଧରାପଡିଥିଲା ।

ବାସ୍ତବରେ ଏହି ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଏଠାରେ ନାଲା ସୋପାରା ଅଞ୍ଚଳରେ ଜଣେ କ୍ୟାବ ଡ୍ରାଇଭର ଏଭଳି ଚୋରି କରିଥିଲା । ଏନେଇ ସେ ଏକ ଯୋଜନା ପ୍ରସ୍ତୁତ କରିଥିଲା । ସେ କିଛି ଦିନ ପୂର୍ବରୁ ଏକ ଦୋକାନ ନିକଟରେ ଜଣେ ଯାତ୍ରୀଙ୍କୁ ଡ୍ରପ କରିବାକୁ ଯାଇଥିଲା । ଏବଂ ସେହି ସମୟରେ ସେ ଏଠାରେ ଲୁଟ କରିବା ପାଇଁ ମନ ବନାଇଥିଲା । ଅନ୍ୟପଟେ ପାଖରେ ଥିବା ଏକ ଖେଳଣା ଦୋକାନ ଉପରେ ମଧ୍ୟ ନଜର ରଖିଥିଲା ।

କମଲେଶ ନାମକ ଏହି ଚୋର ନଭେମ୍ବର ୨୬ ରେ ଏଭଳି ଚୋରି କରି ଚର୍ଚ୍ଚାକୁ ଆସିଛି । ଘଟଣା ପୂର୍ବରୁ ସେ ଖେଳଣା ଦୋକନରୁ ଏକ ନକଲି ବନ୍ଧୁକ କିଣି ପରେ ଗହଣା ଦୋକାନକୁ ଯାଇଥିଲା । ସେଠାରେ ସେ ନିଜକୁ ଜଣେ ଗ୍ରାହକ ଭାବରେ ଜଣାଇ ପରେ ଦୋକାନର ମାଲିକ ସୁରେଶ କୁମାରଙ୍କୁ କିଛି ରୂପା ଅଳଙ୍କାର ଦେଖାଇବାକୁ କହିଥିଲା ।

ଏହି ସମୟରେ ଚୋରଟି ନିଜ ସ୍ତ୍ରୀ ପାଇଁ ସୁନା କାନଫୁଲ କିଣିବା ପାଇଁ ପୁଣି ଆସିବ କହି ସେଠାରୁ ଚାଲି ଯାଇଥିଲା । ପରେ ସେ ଏକ ବ୍ୟାଗ ନେଇ ଗହଣା ଦୋକାନକୁ ଆସିଥିଲା । ଏବଂ ଗହଣା ବ୍ୟାଗରେ ପ୍ୟାକ୍ କରିବା ପରେ ନକଲି ବନ୍ଧୁକ ଦେଖାଇ ଲୁଟ କରିବା ଆରମ୍ଭ କରିଥିଲା । ଦୋକାନୀ ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଚୋରଟି ଖସି ପଳାଇ ଯାଇଥିଲା ।

କିନ୍ତୁ କ୍ୟାବ ଡ୍ରାଇଭର ଚୋର ଶେଷରେ ଏକ ଭୁଲ କରିଥିଲା ଯାହା ଦ୍ୱାରା ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା । ତେବେ ଚୋରି ସମୟରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ସିସିଟିଭି କ୍ୟାମେରା ପାଇଁ ଚୋରଟି କୌଣସି ପ୍ଲାନ କରିନଥିବାରୁ ଚୋରଟି ଧରା ପଡ଼ିଥିଲା । ସିସିଟିଭିରେ କଏଦ ହୋଇଥିବା ଚିତ୍ର ମାଧ୍ୟମରେ ପୋଲିସ ଚୋରକୁ ଧରିଥିଲା । ପୋଲିସର ସୂଚନା ଅନୁସାରେ ଅନ୍ୟ ଗହଣା ଦୋକାନରୁ ଚୋରଟି ଚୋରି କରିଥିବାର ତିନୋଟି ମାମଲା ରୁଜ୍ଜୁ ହୋଇଛି । ବର୍ତ୍ତମାନ ସମ୍ପୃକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.