fbpx

ବିବାହ ଭୋଜିରେ ଅଘଟଣ; ୪ ମୃତ,୬୦ ଆହତ

ରାଜସ୍ଥାନ: ରାଜସ୍ଥାନର ଜୋଧପୁର ଭୁଙ୍ଗରା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଛିନ୍ତି । ତେବେ ସମସ୍ତ ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଜୋଧପୁର ଜିଲ୍ଲାର ଭୁଙ୍ଗରା ଗ୍ରାମରେ ଏକ ବିବାହ ଭୋଜି ଚାଲିଥିଲା । ଠିକ୍ ସେହି ସମୟରେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ୬୦ ଜଣ ଆହତ ହୋଇଥିବା ବେଳେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ ଘଟଣାର ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି ।

ଏତତ୍ ବ୍ୟତୀତ ଆହତ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ ୪୨ଜଣଙ୍କ ଅବସ୍ଥା ଗୁରୁତର ଅଛି । ଫଳରେ ସେମାନଙ୍କୁ ଏମଜିଏଚ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ସେହିପରି ଅନ୍ୟମାନଙ୍କୁ ନିକସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗ୍ୟାସ ସିଲିଣ୍ଡରଟି କିପରି ଫାଟିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.