fbpx

EPFO ଜାରି କଲା ନୂଆ ଗାଇଡଲାଇନ୍ସ: ଏଣିକି କୌଣସି କର୍ମଚାରୀଙ୍କ PF କ୍ଲେମ୍ ରିଜେକ୍ଟ ହେବ ନାହିଁ!

ନୂଆଦିଲ୍ଲୀ: ଏଣିକି କୌଣସି କର୍ମଚାରୀଙ୍କର ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) କ୍ଲେମ୍ ରିଜେକ୍ଟ ହେବ ନାହିଁ । ଗ୍ରାହକଙ୍କୁ କ୍ଲେମ ରିଜେକ୍ସନରୁ ମୁକ୍ତି ଦେବା ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) କଠୋର ନିର୍ଦ୍ଦେଶନାମା ଜାରି କରିଛି । ଚାକିରିଆଙ୍କ ପିଏଫ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥରାଶି ସେଭିଙ୍ଗ ପରି ହୋଇଥାଏ । ଏହି ଅର୍ଥକୁ ସେମାନେ ଦରକାର ସମୟରେ କାଢ଼ିଥାନ୍ତି । ଅନେକ ସମୟରେ ବିଭିନ୍ନ କାରଣରୁ ଗ୍ରାହକଙ୍କର କ୍ଲେମ ରିଜେକ୍ଟ ହୋଇଯାଇଥାଏ ।

ତେବେ ଇପିଏଫଓର ନୂଆ ପଦକ୍ଷେପ ପରେ ଏଣିକି ଆଉ ଗ୍ରାହକଙ୍କର କ୍ଲେମ ରିଜେକ୍ଟ ହେବ ନାହିଁ । କର୍ମଚାରୀମାନେ ନିଜ ନିଜର ପିଏଫ ଆକାଉଣ୍ଟରୁ ପଇସା କାଢ଼ିବା ପଇଁ ଠିକ୍ ଭାବେ କ୍ଲେମ କରିପାରିବେ । କ୍ଲେମକୁ ଅଟକାଇବା ଓ ରିଜେକ୍ଟ ପ୍ରକ୍ରିୟାକୁ ହଟାଇବାକୁ ଇପିଏଫଓ ନିର୍ଦ୍ଦେଶ ଦେଇଛି । ଏହାଦ୍ୱାରା କର୍ମଚାରୀଙ୍କର ଅନେକ ସମସ୍ୟାର ସମାଧାନ ନିଶ୍ଚିତ ଭାବେ ହୋଇପାରିବ ।

ନୂଆ ଗାଇଡଲାଇନ୍ସ ମୁତାବକ, ସବସ୍କ୍ରାଇବର୍ସଙ୍କ ଯାଞ୍ଚ ପ୍ରଥମ ଥର ଠିକ୍ ଭାବେ କରାଯିବା ଦରକାର । ଯାଞ୍ଚ ସମୟରେ ଯଦି କୌଣସି ତ୍ରୁଟି ଦେଖାଦିଏ, ତେବେ ତା’ର କାରଣ ସଦସ୍ୟଙ୍କୁ କହିବା ଉଚିତ । ପିଏଫ୍ କ୍ଲେମ ସମସ୍ୟା ସମୟ ପୂର୍ବରୁ ସାରିବା ଦାୟିତ୍ୱ ଫିଲ୍ମ କାର୍ଯ୍ୟାଳୟ ଉପରେ ନ୍ୟସ୍ତ ରହିବ । ପିଏଫ ଖାତାଧାରୀଙ୍କୁ ବାରମ୍ବାର ହଇରାଣ କରାଯିବ ନାହିଁ । ଯେଉଁ ଗ୍ରାହକମାନେ ନୂଆ କ୍ଲେମ କରିବେ ତାହାକୁ ସତର୍କତାର ସହିତ ବିଚାର କରାଯିବା ସହ ତ୍ରୁଟିକୁ ସ୍ୱୀକାର କରିବା ଦରକାର । ରିଜେକ୍ଟ ହୋଇଥିବା ପିଏଫ କ୍ଲେମକୁ ଜୋନାଲ ଅଫିସକୁ ସମୀକ୍ଷା ପାଇଁ ପଠାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲେମକୁ ପ୍ରୋସେସିଂ କରାଯିବ ।

Get real time updates directly on you device, subscribe now.