fbpx

ଡକାୟତି ପାଇଁ ସ୍ୱାମୀଙ୍କୁ ହତ୍ୟା, ସ୍ତ୍ରୀ ଗୁରୁତର

ସାଲେପୁର: ଲୋକଙ୍କୁ ଟଙ୍କା ଓ ଧନ ଲୋଭ ଅନ୍ଧ କରିଦେଉଛି, ଟଙ୍କା ପାଇଁ ଜୀବନ ନେବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ । ଆଜି ରାଜ୍ୟରେ ଏପରି ଏକ ଡକାୟତି ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ଅଞ୍ଚଳରେ । କିଛି ଦୁର୍ବୃତ୍ତ ଲୁଟ ପାଇଁ ସ୍ୱାମୀ ଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଥିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କିଛି ଡକାୟତ ଲୁଟ ପାଇଁ ଜଣକ ଘର କବାଟ ବାଡେଇଥିଲେ । କବାଟ ଖୋଲିବା ପରେ ସ୍ୱାମୀଙ୍କୁ ମାରଣାସ୍ତ୍ରରେ ମାରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଉପସ୍ଥିତ ସ୍ତ୍ରୀ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ସେହି ଘରେ ଥିବା ନାବାଳକ ନାତିକୁ ଗୋଟିଏ ଘରେ ବନ୍ଦ କରିଦେଇଥିଲେ । ପରେ ଘରେ ଥିବା ସମସ୍ତ ମୂଲ୍ୟବାନ ଜିନିଷ ସହ ଟଙ୍କା ଲୁଟ କରିଥିଲେ । ଏହି ଘଟଣାଟି ନେମାଳ ଥାନା ଭଗବାନପୁର ଗାାଁରେ ବିଳମ୍ବିତ ରାତିରେ ଘଟିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆତଙ୍କିତ ସ୍ତ୍ରୀକୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଇଥିଲେ । ଡ଼ାକ୍ତର କହିଛନ୍ତି ଯେ, ମହିଳା ଜଣକ ଗୁରୁତର ଅବସ୍ଥାରେ ଅଛନ୍ତି । ଅଧିକ ସୂଚନା ପାଇଁ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛି ପୋଲିସ ଏହା ସହ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.