fbpx

ଏଲନ ମସ୍କ କଲେ ବଡ ଘୋଷଣା, ବିଲୋପ ହେବ ୧୫୦ କୋଟି ଟ୍ୱିଟର ଆକାଉଣ୍ଟ; ଏଥିରେ ଆପଣଙ୍କର ନାହିଁ ତ…

ନ୍ୟୁର୍ୟକ: ଟେସ୍ଲାର ସିଇଓ ଏଲନ ମସ୍କ ଟ୍ୱିଟରର ୪୪ବିଲିୟନ ଡ଼ଲାରରେ ଅଧିଗ୍ରହଣ କରିବା ପରେ ଲଗାତାର ଚମକିଲା ଭଳି କାର୍ଯ୍ୟ କରୁଛନ୍ତି । ପ୍ରଥମେ ସେ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଏହାପରେ ସେ ଏକ ମେଲ କରିଥିଲେ ଯେ, ରାସ୍ତାରେ ହୋଇଥିବା ସମସ୍ତ କର୍ମଚାରୀ ଘରକୁ ଫେରିଯାଆନ୍ତୁ । କର୍ମଚାରୀ ମାନଙ୍କୁ ଏପରି ଚାକିରିରୁ ବାହାର କରିବା ପରେ ଦୁନିଆରେ ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ସେ ଏକ ମେଲ କରି କର୍ମଚାରୀଙ୍କୁ କହିଛନ୍ତି ଯେ, ଆଗକୁ ଆସୁଥିବା ସମୟରେ ଆମେ ଟ୍ୱିଟରକୁ ୨.୦ କରିବା ।

ଏହା ଘଟିବା ପରେ ସେ ଅନ୍ୟ ଏକ ମେଲ କରିଛନ୍ତି । ସେଥିରେ ଉଲ୍ଲେଖ ଅଛି ଯେ, କମ୍ପନୀରେ ଖୁବ୍ ଶୀଘ୍ର ୧.୫ବିଲିୟନ ଅର୍ଥାତ ୧୫୦କୋଟି ଟ୍ୱିଟର ଆକାଉଣ୍ଟକୁ ବିଲୋପ କରାଯିବ । କମ୍ପାନୀ ତରଫରୁ ୧୫୦ କୋଟି ଆକାଉଣ୍ଟର ନାମ ଖାଲି କରାଯିବ । ସେ ଏହାକୁ ନେଇ କହିଛନ୍ତି ଯେ, ସେହି ଆକାଉଣ୍ଟ ଗୁଡ଼ିକ ଡିଲିଟ କରାଯିବ ଯେଉଁ ଆକାଉଣ୍ଟରେ କେବେହେଲେ ପୋଷ୍ଟ ହୋଇନାହିଁ କିମ୍ବା ସେ କେବେ ହେଲେ ଲଗ ଇନ କରିନାହାଁନ୍ତି ।

ଟ୍ୱିଟର ସ୍ପେସରେ ଏପରି କିଛି ଆକାଉଣ୍ଟ ଅଛି ଯେଉଁମାନେ ୟୁଜର କ୍ରିଏଟ କରିବା ପରେ ଥରେ ମଧ୍ୟ ଲଗଇନ କରିନାହାନ୍ତି । ସେହିପରି ଏମିତି କିଛି ଆକାଉଣ୍ଟବ ଅଛି ଯେଉଁଥିରେ କେହି କେବେ ପୋଷ୍ଟ କରିନାହାନ୍ତି କି ବର୍ଷ ବର୍ଷ ଧରି ଲଗଇନ କରିନାହାନ୍ତି । ସେହିପରି ଆକାଉଣ୍ଟର ପାସୱାର୍ଡ ମଧ୍ୟ କିଛିଲୋକ ଭୁଲିଯାଇଛନ୍ତି ଏବଂ ଅନ୍ୟା ଏକ ଟ୍ୱିଟର ଆକାଉଣ୍ଟ ଖୋଲିଛନ୍ତି । ଏହିପରି ଆକାଉଣ୍ଟର ବିଲୋପ କରାଯିବ ବୋଲି ମସ୍କ କହିଛନ୍ତି ।

ଫୋବର୍ସର ରିଅଲ୍ ଟାଇମ ବିଲିୟନେୟାର ଇଣ୍ଡେକ୍ସରେ ବର୍ଣ୍ଣାଡ ଆର୍ନାଲ୍ଟଙ୍କ ସମ୍ପତ୍ତି ୧୮୬.୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହି ସମୟରେ ଏଲନ ମସ୍କଙ୍କ ସମ୍ପତ୍ତି ହେଉଛି ୧୮୫ ବିଲିୟନ ଡଲାର । ଅନ୍ୟପଟେ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଯାହା ଅଧୀନରେ ଟ୍ୱିଟର ବ୍ୟବହାରକାରୀଙ୍କୁ ବ୍ଲ୍ୟୁ ଟିକ ଦିଆଯିବ । ତେବେ ଟ୍ୱିଟର ବ୍ଲ୍ୟୁ ଟିକ ପାଇଁ କମ୍ପାନୀକୁ ପ୍ରତିମାସରେ ଗ୍ରାହକଙ୍କୁ ୫୭୦ଟଙ୍କା ଦେୟ କରିବାକୁ ପଡିବ ।

Get real time updates directly on you device, subscribe now.