fbpx

ଜି-୨୦ ମିଟିଂରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନୀତିଶ, ସୁଶୀଲ ମୋଦୀ କହିଥିଲେ; ପ୍ରଧାନମନ୍ତ୍ରୀଙ୍କୁ ସାମ୍ନା କରିବାକୁ ସାହସ ନାହିଁ

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ଦିନ ଜି-୨୦ ସମ୍ମେଳନ ପାଇଁ ପ୍ରସ୍ତୁତ ହେଉଥିବା ବୈଠକରେ ଯୋଗ ଦେଇଛନ୍ତି । ଏହାର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେସିଂ ମାଧ୍ୟମରେ କରିଥିଲେ । ମୁଖ୍ୟମନ୍ତ୍ରୀ ନିତିଶ କୁମାର ପାଟଣାରୁ ଏହି ଭିଡ଼ିଓ କନଫରେସିଂରେ ଯୋଡିହୋଇଥିଲେ । ଏହି ମିଟିଂରେ ତାଙ୍କ ସହ ମୁଖ୍ୟ ସଚିବ ଆମିର ସୁବହାନୀ, ସାଂସ୍କୁତିକ ବିଭାଗର ସଚ୍ଚିବ ବନ୍ଦନା ପ୍ରେୟାସୀ, ପ୍ରଧାନ ସଚିବ ଏବଂ ଅର୍ଥ ବିଭାଗର ଉଚ୍ଚ ମୁଖ୍ୟ ସଚ୍ଚିବ ଏସ. ସିଦ୍ଧାର୍ଥ ଉପସ୍ଥିତ ଥିଲେ । ୨ଦିନ ପୂର୍ବରୁ ବିଜେପି ନେତା ସୁଶୀଲ ମୋଦୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନୀତୀଶ, ପ୍ରଧାନମନ୍ତ୍ରୀଙ୍କ ସାମ୍ନାକୁ ଆସିବାର ସାହସ ନାହିଁ । ସେଥିପାଇଁ ତାଙ୍କୁ ବୈଠକରେ ଡାକିବା ପରେ ମଧ୍ୟ ସେ ଯୋଗ ଦେଇ ନଥିଲେ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଥମେ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଯୋଗଦେବା ପାଇଁ ଡକାଯାଇଥିଲା । କିନ୍ତୁ ସେ କୌଣସି କାରଣ ପାଇଁ ଏହି ବୈଠକରେ ଯୋଗ ଦେଇ ପାରିନଥିଲେ । ଡିସେମ୍ବର ୬ତାରିଖରେ ବିଜେପି ନେତା ସୁଶୀଲ କୁମାର ମୋଦୀ ଏହି କଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଘେରିଥିଲେ । ତାଙ୍କ କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀ ନୀତିଶ ପ୍ରଧାନମନ୍ତ୍ରୀଙ୍କୁ ସାମ୍ନା କରିବା ପାଇଁ ସାହାସ ନାହିଁ କାରଣ, ସେ ୨ଥର ବିଜେପିକୁ ଧୋକା ଦେଇଛନ୍ତି । ସୁଶୀଲ ମୋଦୀ ଏହାସହ ଅନ୍ୟ କଥା ମଧ୍ୟ ପ୍ରକାଶ କରିଛନ୍ତି । ତାଙ୍କ କହିବା କଥା ହେଉଛି ଏହାର ପୂର୍ବ ବୈଠକରେ ଆରଜେଡି ଏବଂ ଜେଡିୟୁର କୌଣସି ମନ୍ତ୍ରୀ ଯୋଗ ଦେଇନଥିଲେ । କାରଣ ସେହି ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।

୨୦୨୩ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଚାଲିଛି, ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ ଲୋକ ଉପସ୍ଥିତ ଥିଲେ । ତେବେ ଆଗକୁ ହେବାକୁ ଥିବା ଶିଖର ସମ୍ମୀଳନୀ ନେଇ ପ୍ରସ୍ତୁତି ଉପରେ ଚର୍ଚ୍ଚା ହୋଇଥିଲା ।

ବିହାର ସମେତ ସମ୍ପୂର୍ଣ୍ଣ ଦେଶରେ ୨୦୦ରୁ ଅଧିକ କାର୍ଯ୍ୟକ୍ରମ ଏହି ଶିଖର ସମ୍ମେଳନ ଦ୍ୱାରା କରାଯିବ । ସେଥିପାଇଁ ଏହି ପ୍ରସ୍ତୁତିର ସମୀକ୍ଷା କରାଯାଉଛି । ଏହି ବୈଠକ ଦ୍ୱାରା ଭାରତରେ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମେଳନର ପ୍ରସ୍ତୁତି ଚାଲିଛି ଏବଂ ରଣନୀତର ମଧ୍ୟ ଚର୍ଚ୍ଚା ଚାଲିଛି । ଏହି ସମ୍ମେଳନ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ସାହାଯ୍ୟ ମାଗିଥିଲେ । ଏହାର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ଲଗାତାର ବୈଠକ କରୁଛନ୍ତି ଏବଂ ସବୁ ରାଜ୍ୟରେ ଏହି ସମ୍ମିଳନୀକୁ ଶାନ୍ତି ଶୃଙ୍ଖଳା ବା ଉତ୍କୃଷ୍ଠ ଉପାୟରେ କରିବା ନେଇ ସାହାଯ୍ୟ ଲୋଡୁଛନ୍ତି ।

Get real time updates directly on you device, subscribe now.