fbpx

୧୫୫ ଜଣ ମହିଳାଙ୍କୁ ଧୋକ୍କା: ୫୮ ବର୍ଷୀୟ ବୃଦ୍ଧ ଲୁଟିନେଲେ କୋଟି କୋଟି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ଯେତିକି ବଢ଼ୁଛି, ସେହି ଅନୁପାତରେ ଅନଲାଇନ୍ ଠକଙ୍କ ପ୍ରାଧାନ୍ୟ ବଢ଼ିବାରେ ଲାଗିଛି । ଅନଲାଇନରେ ହନିଟ୍ରାପ ଦ୍ୱାରା ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ପୋଲିସ ପକ୍ଷରୁ ଏ ନେଇ ଯେତେ କଠୋର ପଦକ୍ଷେପ ନିଆଗଲେ ମଧ୍ୟ ଏହା ଉପରେ ରୋକ ଲାଗି ପାରୁନାହିଁ । ତେବେ ଏବେ ଜଣେ ବୃଦ୍ଧଙ୍କ ଅନଲାଇନ ରୋମାନ୍ସ ସ୍କାମକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ଜଣେ ୫୮ ବର୍ଷୀୟ ଜଣେ ବୃଦ୍ଧ କେବଳ ସିଙ୍ଗଲ ମହିଳାଙ୍କୁ ଟାର୍ଗେଟ କରି ୪ କୋଟି ଠକି ନେଇଛନ୍ତି । ସେ ଡେଟିଂ ସାଇଟ ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ । ଏପରି ଭାବେ ସେ ୧୫୫ ଜଣ ମହିଳାଙ୍କୁ ଧୋକ୍କା ଦେବାରେ ସକ୍ଷମ ହୋଇଥିଲେ । ସେ ମହିଳାଙ୍କୁ ବଡ଼ ବଡ଼ ମିଛ କହିବା ସହ ସେମାନଙ୍କୁ ମାୟାଜାଲରେ ଫସାଇ ତା’ପରେ ଲୁଟୁଥିଲେ ।

ତେବେ ଶତାଧିକ ମହିଳାଙ୍କୁ ଠକିଥିବା ଏହି ବୃଦ୍ଧଙ୍କୁ ‘ରୋମାନ୍ସ ସ୍କାମର’ ଆଖ୍ୟା ଦିଆଯାଇଛି । ଏପରି ମହାଠକ ଜଣଙ୍କର ହେଉଛନ୍ତି ଆମେରିକାର ନ୍ୟୁ ଜର୍ସିର ପ୍ୟାଟ୍ରିକ ଜିବ୍ଲିନ । ଏକ ରିପୋର୍ଟ ମୁତାବକ, ପ୍ୟାଟ୍ରିକ ବିଧବା, ଦିବ୍ୟାଙ୍ଗ ମହିଳା ଓ ଏକୁଟିଆ ଥିବା ମାଆମାନଙ୍କୁ ଟାର୍ଗେଟ୍ କରୁଥିଲେ । ଶେଷରେ ପୋଲିସ ଉକ୍ତ ମହାଠକଙ୍କୁ ଧରିବାରେ ସକ୍ଷମ ହୋଇଛି । ପ୍ୟାଟ୍ରିକଙ୍କୁ ୫ ବର୍ଷର ଜେଲଦଣ୍ଡ ଓ ୨୦ ଲକ୍ଷ ଟଙ୍କା ଜରିମାନା ଶୁଣାଣି ହୋଇଛି ।

Get real time updates directly on you device, subscribe now.