fbpx

Video: ରାତିରେ ଲୋକମାନଙ୍କ ବୋଝ ଉଠାନ୍ତି ଆଉ ଦିନରେ ପିଲାମାନଙ୍କ ଭବିଷ୍ୟତ ଗଢ଼ନ୍ତି ! ସଲାମ୍‌ ନାଗେଶୁ ପାତ୍ର

ଗଞ୍ଜାମ: ରାତିରେ ଲୋକମାନଙ୍କ ବୋଝ ଉଠାନ୍ତି ଆଉ ଦିନରେ ପିଲାମାନଙ୍କ ଭବିଷ୍ୟତ ଗଢ଼ାନ୍ତି । ବ୍ରହ୍ମପୁର ରେଳେଷ୍ଟସନ୍ ରେ ୩୫ ନମ୍ବର କୁଲି । କାନ୍ଧରେ ଯାତ୍ରୀଙ୍କ ଜିନିଷ ପତ୍ର ଆଖିରେ ଅନକ ସ୍ୱପ୍ନ । ଏ ଦୁଇଟି ଘଟଣା ସହିତ ଜଡ଼ିତ ରହିଛି ଗୋଟିଏ ମଣିଷ । ଯେଉଁ ପରିସ୍ଥିତି ତାଙ୍କ ଜୀବନରେ ଆସିଛି ସେହି ଭଳି ପରିସ୍ଥିତି ଆଉ କାହା ଜୀବନରେ ନଆସୁ । ତେଣୁ ସମେସ୍ତ ପାଠ ପଢି ଆଗକୁ ବଢନ୍ତୁ ବୋଲି କେତ କାମ କରି ଆସିଥିଲେ ବି ପିଲାଙ୍କୁ ପୁଣି ପାଠ ପଢାନ୍ତି ।

ଏଭଳି ଜଣେ ଦରଦୀ ଆଉ ପ୍ରେରଣାଦାୟୀ ଯୁବକ ହେଉଛନ୍ତି ବ୍ରହହ୍ମପୁରର ନାଗେଶୁ ପାତ୍ର । ସେହି ହାତରେ ଯାତ୍ରିଙ୍କ ଜନିଷ ଉଠାନ୍ତି । ଆଉ ସେହି ହାତରେ ପିଲାଙ୍କୁ ବହି ଉଠାଇ ପାଠ ପଢାନ୍ତି । ବ୍ରହ୍ମପୁର ରେଳ ଷ୍ଟେସନର ୩୫ ନମ୍ବର ହେଉଛନ୍ତି କୁଲି ସିଏଚ୍‌. ନାଗେଶୁ ପାତ୍ର । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ପ୍ରବଳ ଦୁବର୍ଳତା ଥିଲା ହେଲ ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ପଢ଼ିବା ପାଇଁ ସୁବିଧା ପାେଇଲ ନାହିଁ । ଯେତେବେଳ ସେ ବଡ ହେଲ ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ରେଳ ଷ୍ଟେସେର କୁଲି କାମ ବାଛି ନେଲ । ହେଲ ପାଠପଢା ବି ଜାରି ରଖିଲେ। ପାଠ ପଢ଼ିବା ସହ ଅନ୍ୟକୁ ପଢ଼ାଇବା ହେଉଛି ତାଙ୍କ ନିଶା । ନାଗେଶୁଙ୍କ ଘର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଳକ ମେନାହର ଗାଁରେ । ପୁଅର କତ୍ତର୍ବ୍ୟ କରି ବାପା ଓ ମା’ଙ୍କୁ ସୁଖଦ ଜୀବନ ଦେବାକୁ ଚାହାନ୍ତି ।

ନାଗେଶୁଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅକୁ ପାଠ ପଢ଼ାଇ ପାରି ନଥେôଲ । ଅଭାବ ଏତ ଥିଲା ଯେ, ନାଗେସୁ ୨୦୦୬ ମସିହୋର ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଧାରୁ ପାଠ ଛାଡ଼ିଥିଲେ । ଆଉ ୨୦୦୭ରେ ସୁରଟକୁ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯିବାକୁ ପଡିଲା । ସେଠୋର ଏକ ସୂତାକଳ କମ୍ପାନୀରେ ଦୁଇ ବର୍ଷ ରହି କାମ କରିବା ପେର ପୁଣି ଘରକୁ ଫେରି ଆସିଥିଲେ ।

ପୁଣି ୨୦୦୯ ମସିହୋର ହାଇଦ୍ରାବାଦକୁ ଯାଇ ସେଠାରେ ଏକ ସପିଂ ମଲେର ସେଲସ୍ ମ୍ୟାନ୍ ଭୋବ କାମ କେଲ । ସେଠି ଦୁଇ ବର୍ଷ ରହିବା ପେର ବାପା ମାଆଙ୍କ ଦେଖାଶୁଣା କରିବା ପାଇଁ ୨୦୧୧ରେ ନିଜ ମାଟିକୁ ଫେରି ଆସିଲେ । ସେହି ସମୟରେ ରେଲୱେର କୁଲି କାମ ଲାଗି ବିଜ୍ଞପ୍ତି ବାହାରିଥିଲା, ନାଗେସୁ କାହାକୁ କିଛି ନକହି ଅବେଦନ କରବା ପାଇଁ ବ୍ରହ୍ମପୁରକୁ ଚାଲି ଆସେିଲ। ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପେର ତାଙ୍କୁ ରେଳବାଇର ମିଳିଗଲା କୁଲି କାମ । ୨୦୧୧ ମସିହା ଡେିସମ୍ବରରୁ କାମ ଆରମ୍ଭ କରିଥଲେ ନଗେସୁ।

କାମ ସିନା କରୁଥିଲେ ହେଲେ ବାପା ମାଆଙ୍କୁ ପୋଷିବା ପାଇଁ ମନେର ଥିଲା ଗୋଟିଏ କଥା କେମିତି ଦଶମଟା ପାସ୍ କରିବେ । କଥାରେ ପରା ଅଛି ଇଚ୍ଛା ଯଦି ଦୃଢ଼ ହୁଏ ତେବେ ଈଶ୍ୱର ବି ତାକୁ ପୂରଣ କରନ୍ତି । ୨୦୧୨ରେ ନାଗେସୁ ଦଶମ ଶ୍ରେଣୀରେ ପୁଣି ନାଁ ଲେଖାେଇଲ । ପରୀକ୍ଷା ଦେଲ ଆଉ ପାସ୍ ବି ହେଲେ। ତାପରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଲେ । ନିଜେ ନିଜ ରୋଜଗାରେର ପାଠ ପଢିଲେ । ପୁଣି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗେର ପିଜି ପାଠ ଶେଷ କେଲ । ରାତେିର ସମେସ୍ତ ଶୋଇ ସ୍ୱପ୍ନ ଦେଖୁଥିବା ବେଳେ ନାଗେଶୁ ଯାତ୍ରୀଙ୍କ ବୋଝ ଉଠାଇ ନିଜ ସ୍ୱପ୍ନକୁ ଶକ୍ତ କରୁଥିଲେ। ପାଠ ପଢିବାର ନିଶା ଏବେବି ତାଙ୍କର ଯାଇ ନାହିଁ । ବତ୍ତର୍ମାନ ସେ ବିଇଡି କରୁଛନ୍ତି ।

ସମୟ ଯେତେ ପରୀକ୍ଷା ନିଏ, ସେ ପରୀକ୍ଷା ଟିକେ କଡା ଥାଏ । ଠିକ୍ ସେମିତି ପରୀକ୍ଷା ଦେବାକୁ ପଡ଼ିଲା ନଗେସୁଙ୍କୁ । କେରାନା ସମୟେର ଟ୍ରେନ ଚଳାଚଳ ଦୀର୍ଘ ମାସ ଧରି ବନ୍ଦ ହୋଇଗଲା । ରୋଜଗାର କିଛି ବି ନଥିଲା । ଦିନେର ସିନା ସେ ନିଜ ପାଇଁ ପାଠ ପଢୁଥିଲେ େହେଲ ରାତିରେ କିଛି କାମ କରିବାକୁ ଚାହୁଁଥିଲେ। ଆଉ ଏହି ସମୟରେ ବ୍ରହ୍ମପୁର ଉପକଣ୍ଠ କନିଷି ନିକଟେର ସେ ଗରିବ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଆରମ୍ଭ କେଲ । ତା ସହିତ ଏକ ଘେରୋଇ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ମଧ୍ୟ ପାଠ ପଢ଼ାଇଲେ ।

ବର୍ତମାନ ନାଗେସୁ ରାତି ୮ଟା ଠାରୁ ସକାଳ ୭ଟା ପଯ୍‌ର୍ଯନ୍ତ ରେଳ ଷ୍ଟେସନେର କୁଲି କାମ କରୁଛନ୍ତି । ସକାଳ ସମୟେର ଘେରାଇ କେଲଜେର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହିତ ଅପରାହ୍ନେର ଗରିବ ଛାତ୍ରଛାତ୍ରୀଙ୍କୁ ମଗଣୋର ଶିକ୍ଷାଦାନ କରୁଛନ୍ତି ନୋଗସୁ । ହେଲେ ଏସବୁ ପେର ବି କୁଲି କାମ ଜାରି ରଖିଛନ୍ତି । ଏଭଳି ଜେଣ ଉଚ୍ଚଶିକ୍ଷିତ କୁଲିକୁ ନିଜ ଗହଣେର ପାଇ ସହକର୍ମୀମୋନ ଗର୍ବ କରୁଛନ୍ତି । ଆଉ ଡାକୁଛନ୍ତି କୁଲି ନମ୍ବର୍ ୱାନ । ଏଥିରେ ରେଳ ବିଭାଗ ଅଥବା କେନ୍ଦ୍ର ସରକାର ନାଗେଶୁଙ୍କର ନିଷ୍ଠା ଦେଖିବାର କଥା । ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ । ସିଏଚ୍‌. ନାଗେଶୁ ରାତିରେ କୁଲି ଓ ସକାଳ ଗରିବର ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା ବେଳେ ତାଙ୍କର ଏଭଳି କାଯ୍‌ର୍ଯକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଶିକ୍ଷାର ମୂଲ୍ୟ ଠିକ୍ ବୁଝିଛନ୍ତି ଏହି ଯୁବକ । ଆଉ ଏହା ସହିତ ଦେଖାଇ ଦେଇଛନ୍ତି ଯେ ପେଟ ପାଇଁ କରିବାକୁ ହେଲେ କୌଣସି କାମ ଛୋଟ ନେୁହଁ । ତେବେ ଏସବୁ ସହିତ ସବୁଠାରୁ ବଡ଼ କଥା ହେଉଛି ପିଲାବେଳେ ପାଠ ପଢ଼ି ନପାରିବାର ଦୁଃଖକୁ ସେ ବୁଝିଛନ୍ତି । ସେଥିଲାଗି ନିଜର ଦାରିଦ୍ର୍ୟ ଓ ସମସ୍ୟା ସେତ୍ତ୍ୱ ନାଗେଶୁ ଗରିବ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ।

 

Get real time updates directly on you device, subscribe now.