fbpx

୫୦୦ ନୂଆ ଏୟାରକ୍ରାଫ୍ଟ କିଣିବାର ପ୍ରସ୍ତୁତି କରୁଛି ଏୟାର ଇଣ୍ଡିଆ; ହେବ ଇତିହାସର ସବୁଠୁ ବଡ଼ ଡିଲ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଇତିହାସରେ ସବୁଠୁ ବଡ ଡିଲ କରିବାକୁ ଯାଉଛି । ଖବର ଅନୁଯାୟୀ, ଟାଟା ଗ୍ରୁପ୍ର ଏୟାର ଇଣ୍ଡିଆ ୫୦୦ ଟି ନୂତନ ବିମାନ ପାଇଁ ଅର୍ଡର ଦେବାକୁ ଯାଉଛି । ଯଦି ଟାଟା ଏଭଳି କରେ ତେବେ ଭାରତ ସରକାର ଏୟାର ଇଣ୍ଡିଆ ହାସଲ କରିବା ପରେ ଏହା ଏକ ବଡ ନିଷ୍ପତ୍ତି ହେବ ।

ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ଅର୍ଡର କରିବାକୁ ଯାଉଥିବା ବିମାନରେ ୪୦୦ ଟି ଛୋଟ ବିମାନ ଏବଂ ୧୦୦ ଟି ବଡ ବିମାନ ସାମିଲ ହେବ, ଯେଉଁଥିରେ ଏୟାରବସ୍ ଏ୩୫୦ଏସ, ବୋଇଙ୍ଗ ୭୮୭ ଏସ୍ ଏବଂ ବୋଇଙ୍ଗ ୭୭୭ଏସ ସାମିଲ ହୋଇପାରେ । ଆଗାମୀ ଦିନରେ ଏହି ବିଶାଳ ଡିଲ ଉପରେ ଶେଷ ନିଷ୍ପତ୍ତି ନିଆଯିବ । ତେବେ ଏହି ଡିଲରେ ଟାଟା ଠାରୁ ବୋଇଙ୍ଗକୁ ମିଳିଥିବା ଅର୍ଡର ସମ୍ପର୍କରେ ବୋଇଙ୍ଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଏହି ଅର୍ଡରକୁ ନେଇ ଟାଟା ଗ୍ରୁପ୍ ଦ୍ୱାରା କୌଣସି ମନ୍ତବ୍ୟ ଦିଆଯାଇନାହିଁ । ଆମେରିକାର ବିମାନ ନିର୍ମାତା ବୋଇଙ୍ଗ ରବିବାର ଦିନ କହିଛି ଯେ ଉଭୟ ନାଗରିକ ତଥା ସାମରିକ ବିମାନର କାର୍ଯ୍ୟକ୍ରମ ପାଇଁ ବିଶ୍ୱ ସ୍ଥରରେ ଏରୋସ୍ପେସକୁ କାର୍ବନ ମୁକ୍ତ କରିବା ପାଇଁ ଭାରତ ଏକ ପ୍ରାଥମିକ ଦେଶ ।

ଗ୍ଲୋବାଲ୍ ସଷ୍ଟେନେବିଲିଟି ପଲିସି ଏବଂ ପାର୍ଟନରସିପ୍ ପାଇଁ ବୋଇଙ୍ଗର ଭାଇସ ପ୍ରେସିଡେଣ୍ଟ ବ୍ରାଏନ୍ କହିଛନ୍ତି ଯେ ୨୦୩୦ ସୁଦ୍ଧା ଶତପ୍ରତିଶତ ବିମାନ ଚଳାଚଳ ଇନ୍ଧନ ଦ୍ୱାରା ଉଡ଼ିବାକୁ ସକ୍ଷମ ହେବ । ଏକ ବ୍ୟବସାୟିକ ବିମାନ ବିତରଣ କରିବାକୁ କମ୍ପାନୀ ନିଶ୍ଚିତ ଅଛି । ବୋଇଙ୍ଗ ଗତ ବର୍ଷ କହିଥିଲା ୨୦୩୦ ସୁଦ୍ଧା ଏହାର ବାଣିଜ୍ୟିକ ବିମାନ ଇନ୍ଧନ ଦ୍ୱାରା ଉଡ଼ିବାରେ ସକ୍ଷମ ଏବଂ ପ୍ରମାଣିତ ହେବ ।

Get real time updates directly on you device, subscribe now.