fbpx

କେବଳ ସୀମା ନୁହେଁ ସାଇବର ଆକ୍ରମଣ ପଛରେ ବି ଚୀନର ହାତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସୈନିକମାନେ ଡିସେମ୍ବର ୯ତାରିଖ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ଏଲଏସିରେ ପରସ୍ପର ମୁହାଁମୁହିଁ ହେବା ସହ ହିଂସାକାଣ୍ଡ ଭଳି ସ୍ଥିତି ଉପୁଜିଥିଲା । ଚୀନ୍ ପକ୍ଷରୁ ପ୍ରାୟତଃ ସୀମାରେ ଅନୁପ୍ରବେଶ ଉଦ୍ୟମ କରାଯାଇଥାଏ । ଏଥିସହ ଚୀନ୍ ଭାରତର ଇଣ୍ଟରନେଟ୍ ବ୍ୟବସ୍ଥା ଠପ୍ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ) ସର୍ଭର ହ୍ୟାକ୍ ହେବା ଘଟଣାରେ ଚୀନର ହାତ ଥିବା ଯାଞ୍ଚରୁ ଜାଣିବାକୁ ମିଳିଛି ।

ଚୀନର ଏଭଳି ହରକତକୁ ଦେଖି ଭାରତ ବି ଏବେ ତତ୍ପର ହୋଇଯାଇଛି । ଚୀନର ସାଇବର ଆକ୍ରମଣକୁ ମୁକାବିଲା କରିବା ପାଇଁ ଭାରତ ତା’ର ମନ୍ତ୍ରାଳୟ ଓ ପବ୍ଲିକ ସେକ୍ଟର ୟୁନିଟ୍ କର୍ମଚାରୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରିଛି । ଏହାକୁ କୌଣସି କର୍ମଚାରୀ ଅମାନ୍ୟ କଲେ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ବଡ଼ ଧରଣର ସାଇବର ଆକ୍ରମଣ ଭାରତରେ ସଂଘଠିତ ହୋଇଛି ।

ପରନ୍ତୁ ଭାରତୀୟ ଅଧିକାରୀ ପାୱାର ଗ୍ରୀଡ୍ ଓ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ହେଉଥିବା ଏହି ଆକ୍ରମଣକୁ ରୋକିବା ପାଇଁ ସକ୍ଷମ ହୋଇଛନ୍ତି । ଏଭଳି ସାଇବର ଆକ୍ରମଣ ଚୀନ୍ ହ୍ୟାକର୍ସଙ୍କୁ ଟ୍ରେସ୍ କରି ଏହାର କାରଣ ଖୋଜି ବାହାର କରାଯାଉପାରିବ ଯେଉଁମାନେ ସାଧାରଣତଃ ଭାରତୀୟ କମ୍ପ୍ୟୁଟରକୁ ଏଭଳି ଆକ୍ରମଣ ପାଇଁ ବ୍ୟବହାର କରିଥାନ୍ତି । ଏମାନେ ଚୀନ୍ର ହ୍ୟାକର୍ସ ସ୍ଲିପର ସେଲ୍ ଭାବେ କାମ କରିଥାନ୍ତି ।

Get real time updates directly on you device, subscribe now.