fbpx

ଅସୁରକ୍ଷିତ ଶିମିଳିପାଳ, ଜବତ ହେଲା ମହାବଳ ବାଘ ଚମଡ଼ା

ବାରିପଦା: ଶିମିଳିପାଳରେ ଶିକାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶିକାରୀମାନେ ଶିମିଳିପାଳରେ ପଶୁଙ୍କୁ ଶିକାର କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତଥ୍ୟକୁ ପୋଡ଼ିଦେଇଥିବା ବେଳେ, ବର୍ତ୍ତମାନ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଆଜି ଏକ ମହାବଳ ବାଘ ଛାଲକୁ ଜବତ କରାଯାଇଛି ।

ମହାବଳ ବାଘ ଶିକାର କରି ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଶିକାରୀ ଜଣକ ଧରା ପଡ଼ିଛନ୍ତି । ଶିକାରୀଙ୍କ ସହ ଅନ୍ୟ ୨ ଦୁଇଜଣ ବ୍ୟକ୍ତି ଖସି ପଳାୟନ କରିଛନ୍ତି । ଏସଟିଏଫ୍ ମହାବଳ ବାଘ ଛାଲକୁ ନିଜ କବଜାରେ ଆଣିବା ପରେ ଗିରଫ କରିଛି ଶିକାରୀଙ୍କୁ ।

ସୂଚନା ଅନୁଯାୟୀ, ଆଜି ସକାଳେ ବାରିପଦା ଉଦଳା ରାସ୍ତାର ବିସିପୁର ଠାରେ ଜଣେ ବେପାରୀ ବାଘ ଛାଲ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିଲା । ଏହି ଖବର ପାଇ ଏସଟିଏଫ ଟିମ୍ ଗ୍ରାହକ ସାଜି ସେଠାରେ ମୁଲଚାଲ କରିଥିଲେ । ଏହାପରେ ମହାବଳ ବାଘକୁ ନେଇ ମଧ୍ୟ ଟଙ୍କା ଡିଲ ହୋଇଥିଲା । ବାଘଛାଲ ଦେଖିଲା ପରେ ହଠାତ ପୋଲିସ ତାକୁ ଧରି ନେଇ ଗିରଫ କରିଥିଲେ ।

ଘଟଣାସ୍ଥଳରେ ଅନ୍ୟ ୨ଜଣ ବ୍ୟକ୍ତି ଫେରାର ଅଛନ୍ତି । ଅନେକ ପ୍ରଶ୍ନ ପଚରା ଯିବା ବେଳେ ଶିକାରୀ ଜଣକ ମାସକ ତଳେ ଶିମିଳିପାଳରେ ଗୁଳି କରି ଶିକାର କରିଥିଲା ବୋଲି ପୋଲିସକୁ କହିଛି । ଦୁଇ ଫେରାର୍ ଙ୍କୁ ଖୋଜାଯିବା ସହ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.