ଏହି ରାଜ୍ୟର ଚାଷୀଙ୍କୁ ମିଳିବନି ପିଏମ କିଷାନର ୧୩ତମ କିସ୍ତି! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଏବେ ୧୩ତମ କିସ୍ତିକୁ ଚାହିଁବସିଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜାନର ୧୨ ତମ କିସ୍ତି ଜାରି କରାଯାଇଥିଲା । ଏହି ଯୋଜନାର ହିତାଧିକାରୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଆର୍ଥିକ ଲାଭ ଦିଆଯାଇଛି, ଯାହାକି ୩ଟି କିସ୍ତିରେ ୨ ହଜାର ଟଙ୍କା ଆକାରରେ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି । ଏହାରି ମଧ୍ୟରେ ଖବର ଆସିଛି କି, ଛତିଶଗଡ଼ର ଚାଷୀଙ୍କୁ ୧୩ତମ କିସ୍ତି ମିଳିବାର ସମ୍ଭାବନା ବହୁତ କମ୍ ରହିଛି । କାହିଁକି ନା ସେମାନେ ଏପର୍ଯ୍ୟନ୍ତ ଭୂଲେଖ ଭେରିଫିକେସନ୍ (Bhulekh Verification)ଓ e-KYC କରିନାହାଁନ୍ତି ।

ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଠକେଇକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ପିଏମ କିଷାନର ୧୩ତମ କିସ୍ତି ପାଇବା ପାଇଁ ଭୂଲେଖ ଭେରିଫିକେସନ୍ ଓ e-KYC କରିବା ବାଧ୍ୟତାମୂଳକ କରାଯାଇଛି । ଯଦି ଏହି କାମ ହୋଇନଥାଏ , ତେବେ ୧୩ତମ କିସ୍ତି ମିଳିବା କଷ୍ଟକର ହୋଇଯିବ ।

ସଂସଦରେ ଚାଲିଥିବା ଶୀତକାଳୀନ ଅଧିନବେଶନରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ, ଛତିଶଗଡ଼ରେ ୨୭,୪୩,୭୦୮ ଚାଷୀ ପିଏମ କିଷାନର ହିତାଧିକାରୀ ଅଛନ୍ତି । କିନ୍ତୁ ପିଏମ କିଷାନର ପରବର୍ତ୍ତୀ କିସ୍ତି କେବଳ ୧୯,୭୫,୩୪୦ ଚାଷୀଙ୍କୁ ମିଳିପାରେ । ଯଦି ଚାଷୀମାନେ ଏପର୍ଯ୍ୟନ୍ତ ଭୂଲେଖ ଭେରିଫିକେସନ ଓ e-KYC କରିନାହାଁନ୍ତି, ତେବେ ୧୩ତମ କିସ୍ତିର ଲାଭ ମିଳିବାରେ ସମସ୍ୟା ହୋଇପାରେ ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.in କୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।

-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।

-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।