fbpx
BJD SKY
BJD SKY

ଭୁବନେଶ୍ୱର ତମାଣ୍ଡୋ ଥାନା SIଙ୍କ ଘରେ ଭିଜିଲାନ୍ସ ରେଡ଼୍

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କୌଣସି ନା କୌଣସି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ପୋଲିସ ବାବୁ । ଭୁବନେଶ୍ୱର ତମାଣ୍ଡୋ ଥାନା ଏସଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଭିଜିଲାନ୍ସ ଜାଲରେ ପଧିଛନ୍ତି ଏସଆଇ ଅଭିମନ୍ୟୁ ଚୌଧୁରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି ।

ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଥିବା ଜଣାପଡିଛି । ଭୁବନେଶ୍ୱର ପାଇକନଗର ସ୍ଥିତ ୪ ମହାଲା ବିଲ୍ଡିଂ ଓ ତମାଣ୍ଡୋ ଅଫିସରେ ରେଡ ଚାଲିଛି । ରଣପୁର ନଛିପୁର ଗାଁରେ ସ୍ଥିତ ପୈତୃକ ଘରେ ମଧ୍ୟ ରେଡ୍ ଚାଲିଛି । ରେଡରେ ୩ ଡିଏସପି, ୧୧ ଇନସପେକ୍ଟର ଓ ୬ ଏସଆଇ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.