fbpx

(Video) ଚୁପ୍, ଏକଦମ୍ ଚୁପ୍: ମଦ୍ୟପ ସ୍ୱାମୀଙ୍କୁ କଡ଼ା ମେଡିସିନ୍, ଉଗ୍ର ରୂପ ଦେଖାଇଲେ ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ପତି-ପତ୍ନୀଙ୍କ କିଛି କଳହର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । କେତେବେଳେ ପତି ଜଣଙ୍କ ପତ୍ନୀଙ୍କୁ ପିଟିଥାନ୍ତି ତ ଆଉ କେତେବେଳେ ପତ୍ନୀ ଜଣଙ୍କ ମଦୁଆ ସ୍ୱାମୀଙ୍କୁ ପିଟିଥାନ୍ତି । ତେବେ ମଦ୍ୟପାନ କରି ପତ୍ନୀଙ୍କ ଉପରେ ହାକିମାତି ଦେଖାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ପତିଙ୍କ ହରକତ ଅସହ୍ୟ ହେବାରୁ ବାଧ୍ୟ ହୋଇ ପତ୍ନୀ ନିଜର ଅସଲ ରୂପ ଦେଖାଇଥିଲେ ।

ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ପତି-ପତ୍ନୀଙ୍କର କଳହ ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପାର୍ଲର ମଧ୍ୟରେ କାମ କରୁଥିବା ସମୟରେ ଅଚାନକ ତାଙ୍କର ସ୍ୱାମୀ ସେଠାରେ ପହଞ୍ଚି ରାଜୁତି ଆରମ୍ଭ କରିଦେଇଥିଲେ । ପତି ମହିଳାଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇବା ସହ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସେଠାରେ ଉପସ୍ଥିତ ଜଣେ ମହିଳା ଗ୍ରାହକଙ୍କୁ ଯୁବକ ଜଣଙ୍କ ଉଠିବାକୁ କହି ଧକ୍କା ମାରିଥିଲେ ।

ମହିଳା ଜଣଙ୍କ ପ୍ରଥମେ ତାଙ୍କ ପତିଙ୍କୁ ବୁଝାଇଥିଲେ । ମାତ୍ର ସେ ନ ମାନିବାରୁ ମହିଳା ଜଣଙ୍କ ପତିଙ୍କ କାଲର ଧରି ଧମକାଇଥିଲେ । ଏହାପରେ ପୁରୁଷ ଜଣଙ୍କ କହିଥିଲେ ତୁମର ବଂଶ ଆଭିଜାତ୍ୟ ଠିକ୍ ନାହିଁ । କ’ଣ ଦରକାର ବୋଲି ମହିଳା ପ୍ରଶ୍ନ କରିବାରୁ ପୁରୁଷ ଜଣଙ୍କ ୨୦୦ ଟଙ୍କା ଦରକାର ବୋଲି କହିଥିଲେ । ଏହାପରେ ସଙ୍ଗେସଙ୍ଗେ ମହିଳା ୨୦୦ ଟଙ୍କା ତାଙ୍କ ସ୍ୱାମୀଙ୍କୁ ଦେଇ ଏପରି ହରକତ ପୁନର୍ବାର ନକରିବାକୁ ଚେତାବନୀ ଦେଇଥିଲେ । ଟଙ୍କା ଦେବା ପରେ ଯୁବକଙ୍କୁ ମହିଳା ଜଣଙ୍କ ପାର୍ଲର ଭିତରୁ ଧକ୍କା ମାରି ବାହାର କରିଦେଇଥିଲେ । ‘୨୦୦ ଟଙ୍କା ପାଇଁ ଏତେ ଡ୍ରାମା କରିବା କ’ଣ ଦରକାର ଥିଲା’, ‘ଏପରି ସ୍ୱାମୀଙ୍କୁ ଘରୁ ବାହାର କରିଦେବା ଦରକାର’ ବୋଲି ଭିଡିଓ ଦେଖିବା ପରେ ୟୁଜର୍ସ ଏପରି ଭିନ୍ନ ଭିନ୍ନ କମେଣ୍ଟ କରିଥିଲେ ।

Get real time updates directly on you device, subscribe now.