fbpx

୨୫୦୦ ବର୍ଷର ପଜଲକୁ ସମାଧାନ କଲେ ଏହି ୨୭ ବର୍ଷିୟ ଭାରତୀୟ ଯୁବକ

ଦୁନିଆରେ ସବୁଠାରୁ ପୁରୁଣା ଭାଷାର ଗୌରବ ସଂସ୍କୃତି ସହ ଜଡିତ ଥାଏ । ପାଣିନୀ ଲେଖିଥିବା ବ୍ୟାକରଣ ଯାହାକି ଅଷ୍ଟାଦୟ ନାମରେ ଜଣାଶୁଣା । ଏହାର ଏକ ପାଠରେ ଏମିତି କିଛି ପଜଲ ରହିଥିଲା ଯାହାକି ୫ମ ଶତାବ୍ଦୀ ମଧ୍ୟରେ କେହିବି ସମାଧାନ କରିପାରି ନଥିଲେ । ହେଲେ ଏହାକୁ ସମ୍ବବ କରିଦେଖାଇଛନ୍ତି କ୍ୟାମ୍ବ୍ରିଜର ସେଣ୍ଟ ଜନ୍ସ କଲେଜରେ ପିଏଚଡି କରୁଥିବା ୨୭ବର୍ଷିୟ ଯୁବକ । ଏହି ଯୁବକ ଜଣକ ହେଉଛନ୍ତି ରୁଷି ଅତୁଲ ରାଜପୋପତ ଏବଂ ସେ ଏସିୟାନ ଏଣ୍ଡ ମିଡିଲ ଇଣ୍ଟର୍ଣ୍ଣ ବିଭାଗର ଜଣେ କର୍ମୀ ଅଟନ୍ତି । ସେ ପ୍ରଥମ ଥର ଏହି ପଜଲର ସମାଧାନ କରିପାରିଛନ୍ତି । ସଂସ୍କୃତ ବିଦ୍ୱାନ ପାଣିନୀ ଲେଖିଥିବା ଏହି ପାଠ ୨୫୦୦ ହଜାର ବର୍ଷର ପୁରୁଣା ଇତିହାସ । ମିଡ଼ିଆ ସୂଚନା ଅନୁସାରେ, ରୁଷି ଅତୁଲ ବର୍ଷ ବର୍ଷ ଧରି ଏହା ଉପରେ ରିସର୍ଚ କରି ଶେଷରେ ଏହି ପଜଲକୁ ସମାଧାନ କରିଥିଲେ ।

ପାଣିନୀଙ୍କ ଅଷ୍ଟାଦୟ ପାଠ୍ୟକ୍ରମରେ ଏକ ମେଟାରୁଲ ଦେଇଛନ୍ତି । ଯାହାକି ପୂର୍ବରୁ ବହୁ ପଣ୍ଡିତଙ୍କ ଦ୍ୱାରା ବାଖ୍ୟା କରାଯାଇଥିଲା । ଯେତେବେଳେ ଏଥିରେ ଦିଆଯାଇଥିବା ନିୟମକୁ ଅନୁସରଣ କରାଯାଇଥିଲା, ସେତେବେଳେ ଏହା ବ୍ୟାକରଣ ଦୃଷ୍ଟିରୁ ପ୍ରାୟତଃ ଭୁଲ ବୋଲି ପ୍ରମାଣିତ ହୋଇଥିଲା । କିନ୍ତୁ ଏହି ସମାନ ପାଠରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପ୍ରତ୍ୟାଖାନ କରିଛନ୍ତି ରୁଷି ଅତୁଲ । ଅତୁଲଙ୍କ ଦ୍ୱାରା ଦିଆଯାଇଥିବା ବାଖ୍ୟାରେ କୌଣସି ବ୍ୟତିକ୍ରମ ବିନା ସଠିକ ଶବ୍ଦ ସୃଷ୍ଟି କରାଯାଇଛି ।

 

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ପଜଲ୍ ସମାଧାନ ପାଇଁ ରୁଷି ଅତୁଲଙ୍କୁ 2.5 ବର୍ଷ ସମୟ ଲାଗିଥିଲା। ଅତୁଲ କହିଛନ୍ତି ଯେ, ସେ ଏହାକୁ ଅସମ୍ପୂର୍ଣ୍ଣ ଭାବେ ଛାଡିବାକୁ ପ୍ରସ୍ତୁତ ଥିଲେ କାରଣ ବହୁ ପରିଶ୍ରମ ପରେ ମଧ୍ୟ କୌଣସି ସମାଧାନ ମିଳୁନଥିଲା । ଏନେଇ ଅତୁଲ ଏକ ମାସ ପର୍ଯ୍ୟନ୍ତ ପୁସ୍ତକଠାରୁ ଦୂରରେ ରହିଥିଲେ । ଏହାପରେ, ଅତୁଲ ତାଙ୍କର ସମସ୍ତ କାର୍ଯ୍ୟ କରିଥିଲେ ଏବଂ ଯେତେବେଳେ ସେ କାମକୁ ଫେରି ଆସିଲେ, ସେତେବେଳେ ସେ ଏହାର ଏକ ବଡ଼ ଅଂଶକୁ ଏକ ମିନିଟ୍ ମଧ୍ୟରେ ସମାଧାନ କଲେ । ଏହାପରେ, ପୁରା ପଜଲ୍ ସମାଧାନ କରିବାକୁ ଅତୁଲ ଙ୍କୁ ପ୍ରାୟତଃ 2.5 ବର୍ଷ ସମୟ ଲାଗିଥିଲା ।

 

Get real time updates directly on you device, subscribe now.