fbpx

ମଦକୁ ନେଇ ଦୁଇ ରାଜ୍ୟର ମୁଖିଆଙ୍କ ଦୁଇ ଭିନ୍ନ କଥା , କିଏ କହୁଛନ୍ତି ଛଡେଇବୁ ତ ଆଉ କିଏ କହୁଛନ୍ତି …

ନୂଆଦିଲ୍ଲୀ:ମଦ କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଗଲାଣି । ଭିନ୍ନ ସରକାର ଭିନ୍ନ ମନ୍ତବ୍ୟ ଦେଉଛନ୍ତି । କିଏ କହୁଛନ୍ତି ମଦ ପିଇବ ତ ମରିବ ଆଉ କିଏ କହୁଛନ୍ତି ଆମେ ସ୍ୱାସ୍ଥ୍ୟକର ଏବଂ ଶସ୍ତା ମଦ ଯୋଗାଇବୁ । କିନ୍ତୁ ମଦ ପୁଣି ସ୍ୱାସ୍ଥ୍ୟକର କିଭଳି ବା ହୋଇ ପାରିବ । ଆଉ ଯଦି ଏହା ଶସ୍ତାରେ ମିଳିଲା ଏହାକୁ ଲୋକ ବହୁ ମାତ୍ରାରେ ଗ୍ରହଣ କରିବେ । କାରଣ ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ମଦ ପାଇଁ ଲୋକମାନଙ୍କ ଜୀବନ ଯାଉଛି । ଆଉ ନିକଟରେ ମଦକୁ ନେଇ ମଧ୍ୟ ବହୁ ରାଜନୀତି ଦେଖା ଦେଇଛି ।

କିଛି ଦିନ ତଳେ ବିହାରରେ ବିଷାକ୍ତ ମଦ ପିଇ କରି ୨୬ ଜଣ ପାଖାପାଖି ଲୋକ ମୃତ୍ୟୁ କରିଥିବା ବେଳେ ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଯେଉଁ ବୟାନ ଦେଖଥିଲେ ତାହା ବହୁ ବିବାଦ ଉପୁଜେଇ ଥିଲା । ସେ ମଦ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ଯିଏ ପିଇବ ସିଏ ମରିବ । ବିହାର ସରକାର ନିଜ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ସବୁ ବେଳେ ଉଦ୍ୟମ ଚଳାଇ ଆସୁଥିବା ବେଳେ ବିହାରରରେ ମଦ୍ୟପାନ ଥମିବାର ନା ନେଉ ନାହିଁ । କିଛିଦିନ ପୂର୍ବେ ଜେଲରେ ମଧ୍ୟ କିଛି କଏଦୀ ମଦ ଅର୍ଡର କରି ପିଉଥିବାର ସୂଚନା ମିଳିଥିଲା । ଯାହାପରେ ଜେଲ ରେ ଉକ୍ତ ସମୟରେ ଉପସ୍ଥିତ ଥିବା ଗାର୍ଡଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଗଲା । ତେବେ ବିହାରରେ ମଦ ରୋକିବା ପାଇଁ ବହୁ ପ୍ରଚେଷ୍ଟା କରାଯାଉଛି । ତେଣୁ ନିକଟରେ ଯେଉଁ ବିଷାକ୍ତ ମଦ ପିଇବାରେ ଲୋକମାନଙ୍କ ଜୀବନ ଗଲା ସେଥିରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ହିଁ ଦୋଷ ଲଦି ଦେଲେ।

କିନ୍ତୁ ଅନ୍ୟ ପକ୍ଷରେ ପଞ୍ଜାବ ସରକାର କିଛି ଅଲଗା କହିଛନ୍ତି । ବିଷାକ୍ତ ମଦ ଘୋଟାଲାରେ ପଞ୍ଜାବ ମଧ୍ୟ ଲିପ୍ତ ରହିଛି । ତେବେ ଘଟଣା ଯେତେ ବେଳେ ସୁପ୍ରିମକୋର୍ଟରେ ପହଞ୍ଚି ଥିଲା ପଞ୍ଜାବର ଆପ୍‌ ସରକାର ମଦ ସଂପର୍କରେ ଅଜବ ଯୁକ୍ତି ରଖିଥିଲେ । ଭଗୱନ୍ତ ମାନ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ ଚୋରା ଦେଶୀ ମଦ ସମସ୍ୟାକୁ ଦୂର କରିବା ଲାଗି ଏକ ଶକ୍ତ ବିକଳ୍ପ ଭାବେ ଦେଶୀ ମଦର ସ୍ବାସ୍ଥ୍ୟକର କିସମ ଉପଲବ୍ଧ କରାଇବା ଯୋଜନା ପ୍ରସ୍ତୁତ କରାଯାଉଛି। ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ନକଲି ଏବଂ ବିଷାକ୍ତ ମଦ ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି। ଏଥିସହିତ ମଦ ଭାଟି କିମ୍ବା ନକଲି ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ ନିଆଯାଇଥିବା ସଂପୂର୍ଣ୍ଣ ତଥ୍ୟ ରଖାଯାଇଛି।

ଆହୁରି ମଧ୍ୟ ପଞ୍ଜାବ ସରକାର ଏହି ଘଟଣାରେ କହିଛନ୍ତି ଆମେ ଶସ୍ତାରେ ସ୍ୱାସ୍ଥ୍ୟକର ଦେଶୀ ମଦ ବାଣ୍ଟିବୁ । ଯାହା କେବଳ ପଞ୍ଜାବ ରେ ନୁହେଁ ବରଂ ସାରା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଫେବ୍ରୁଆରି ୧୦ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

Get real time updates directly on you device, subscribe now.