fbpx

ରାଜ୍ୟରେ ଶୀତ ଲହରୀ ଜାରି; ପାରଦ ଖସିବ ଆଉ ୪ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବୃଦ୍ଧି ପାଉଛି । ତେବେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଉତ୍ତରପୂର୍ବ ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବେଶ କରିବାରୁ ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତକାଲି ଝାରସୁଗୁଡାଠାରେ ସର୍ବନିମ୍ନ ତାପମାତ୍ରା ୧୦ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଏହି ସମୟରେ ଅଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଅଧିକ ଶୀତ ଅନୁଭୁତ ହେବ । ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ରବିବାର ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯.୨ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ସୁନ୍ଦରଗଡ଼ରେ ୧୦, କେଉଁଝରରେ ୯.୮, ବରଗଡ଼ରେ ୧୦, କୋରାପୁଟରେ ୧୧, ହୀରାକୁଦରେ ୧୨.୯ ସମ୍ବଲପୁରରେ ୧୨.୬, ଅନୁଗୁଳରେ ୧୨.୬, ଦେଓଗଡ଼ରେ ୧୨.୬ ଏବଂ ଦାରିଙ୍ଗିବାଡ଼ିରେ ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

 

Get real time updates directly on you device, subscribe now.