fbpx

ଭାରତୀୟ ବଜାରରେ ବିଦେଶୀ ନିବେଶକଙ୍କ ଆତ୍ମବିଶ୍ୱାସ ଅକ୍ଷୁର୍ଣ୍ଣ, ଡିସେମ୍ବରରେ ଏପର୍ଯ୍ୟନ୍ତ ୧୦ହଜାର କୋଟିରୁ ଅଧିକ ନିବେଶ

ନୂଆଦିଲ୍ଲୀ: ଆମେରିକାରେ ମହଙ୍ଗା ସାମାନ୍ୟ ହ୍ରାସ ପାଉଥିବା ବେଳେ ଅଶୋଧିତ ତୈଳ ଦାମ୍ ମଧ୍ୟ ହ୍ରାସ ମଧ୍ୟରେ ବିଦେଶି ନିବେଶକମାନେ ପୁଣି ଭାରତୀୟ ବଜା ଉପରେ ଭରଷା ଦେଖାଇଛନ୍ତି । ଇକ୍ୱିଟୀ ବଜାରରେ ଚଳିତ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୫୫୫ କୋଟି ଟଙ୍କା ନିବେଶ ହୋଇସାରିଛି । ଗତମାସ ନଭେମ୍ବରରେ ବିଦେଶି ପୋର୍ଟପୋଲିୟୋ ଅର୍ଥାତ୍ (ଏଫପିଆଇ)ରେ ଭାରତୀୟ ବଜାରରେ ୩୬,୨୦୦ କୋଟିରୁ ଅଧିକ ନିବେଶ ହୋଇଥିଲା ।

ମୁଖ୍ୟ ପୁଞ୍ଜି ବିନିଯୋଗ ରଣନୀତିଜ୍ଞ ଆର୍ଥିକ ବିଶେଷଜ୍ଞ ଭି.କେ ବିଜୟକୁମାର କୁହନ୍ତି ଯେ, ବିଶ୍ୱର ବିକାଶ ଉପରେ ବିଦେଶୀ ପୁଞ୍ଜି ପ୍ରବାହ ନିର୍ଭର କରିବ । ଡଲାର ସୂଚକାଙ୍କ ଏବଂ ଆମେରିକୀୟ ବଣ୍ଡ ଉପରେ ରିଟର୍ଣ୍ଣ ଆମେରିକାର ମୁଦ୍ରାସ୍ଫୀତି ସ୍ତର ଉପରେ ନିର୍ଭର କରିବ ।

ଏଥି ସହିତ କୋଟାକ୍ ସିକ୍ୟୁରିଟିଜ୍ ଇକ୍ୱିଟି ରିସର୍ଚ୍ଚ (ଖୁଚୁରା) ର ମୁଖ୍ୟ ଶ୍ରୀକାନ୍ତ କହିଛନ୍ତି ଯେ ବିସ୍ୱ ବଜାରରେ ଅସ୍ଥିରତା ବଢୁଥିବାରୁ ଆଗାମୀ ଦିନରେ ଏଫପିଆଇରୁ ପୁଞ୍ଜି ପ୍ରବାହ ଅସ୍ଥିର ରହିପାରେ । ଏହାର କାରଣ ହେଉଛି ଯେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ସୁଧ ହାରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ବିଶ୍ୱର ଅନେକ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.