(Video) ଶାଳୀର ହାତ ଧରି ମିଠା ଖାଉଥିଲା ବର: ପରେ ଏମିତି କିଛି ଘଟିଗଲା, ଯାହାକୁ ଦେଖି କୁଣିଆ ସକ୍

ଆଜିକାଲି ବିବାହ ଋତୁ ଚାଲିଥିବା ବେଳେ ଶାଳୀ-ଭିଣୋଇଙ୍କ ମଜାକ୍ ଅଧିକ ଦେଖିବାକୁ ମିଳୁଛି । ଏପରି ଭିଡିଓ ଦେଖି ଲୋକମାନେ ହସି ହସି ବେଦମ୍ ହୋଇଯାଆନ୍ତି । ଏହାରି ମଧ୍ୟରେ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ବର ନିଜ ଶାଳୀକୁ କମ୍ ଭାବିଲେ ଓ ନିଜକୁ ହସର ପାତ୍ର କରିଦେଲେ । ଭିଡିଓ ଏତେ ମଜାଦାର କି, କିଛି ଲୋକ ହଜାର ହଜାର ଥର ଦେଖିସାରିଛନ୍ତି ।

ସାମ୍ନାକୁ ଆସିଥିବା କିଛି ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି କି, ବର-କନ୍ୟା ବାହାଘର ଚେୟାରରେ ବସିଛନ୍ତି । ଆଖପାଖରେ ଅନେକ କୁଣିଆ ମଧ୍ୟ ନଜର ଆସିଥିବା ବେଳେ କନ୍ୟାର ଭଉଣୀ ଷ୍ଟେଜକୁ ଆସିଛନ୍ତି । ତାଙ୍କ ହାତରେ ରସଗୋଲା ଅଛି ଓ ସେ ନିଜ ଭିଣୋଇଙ୍କୁ ଖୁଆଇବାକୁ ହାତ ଆଗକୁ ବଢ଼ାଇଛନ୍ତି । ବର କିଛି ସମୟ ସେମିତି ବସିରହୁଛି । କିନ୍ତୁ ସାଙ୍ଗମାନଙ୍କ ଇଶାରା ମିଳିବା ପରେ ସେ ରସଗୋଲା ଖାଇବାକୁ ସ୍ଥିର କରନ୍ତି ।

ବର ଜାଣିଥିଲା କି, ଶାଳୀମାନେ ତାଙ୍କ ସହ କିଛି ମଜାକ୍ କରିବେ । ଏଥିପାଇଁ ସେ ମିଠା ଖାଇବା ପାଇଁ ଶାଳୀର ହାତ ଧରିଥିଲେ, ସେହି ସମୟରେ ଶାଳୀ ଖେଳ ଖେଳିଦେଲେ । ବର ରସଗୋଲା ଖାଇବା ପୂର୍ବରୁ ଶାଳୀ କିଛି ସେକେଣ୍ଡ ମଧ୍ୟରେ ତଳକୁ ନଇଁଯାଇ ରସଗୋଲାକୁ ନିଜ ପାଟିରେ ପୂରାଇଦେଇଥିଲେ । ଏହାକୁ ଦେଖି ବର ମଧ୍ୟ ଆବାକାବା ହୋଇଯାଇଥିଲା । ଆସନ୍ତୁ ଦେଖିବା ଏହାର ଭିଡିଓ…