fbpx

ଗୋବିନ୍ଦ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ଡିଜିପି ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ହେବ । ଅନ୍ୟପଟେ ବିରୋଧୀମାନେ ଏହାର ସିବିଆଇ ତଦନ୍ତ ଦାବି କରୁଥିଲେ ।

ଏହା ସହ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଜେଲ ଡିଆଇଜି ଅନସୂୟା ଜେନା ୪ ଦିନ ତଳେ କଣ୍ଟାବାଞ୍ଜି ଜେଲ ଯାଇଥିଲେ । ଜେଲରଙ୍କ ନାଁରେ କିଛି ଅଭିଯୋଗ ଥିବାରୁ ଡିଆଇଜି ଜେଲ ଯାଇଥିବା ଜଣାପଡିଛି । ଜେଲରେ ସ୍ଥିତି ତଦାରଖ ସହ ବନ୍ଦୀଙ୍କ ସହ ଆଲୋଚନା କରିଥିଲେ ଡିଆଇଜି । ଏହା ସହ ଅନ୍ତେବାସୀଙ୍କ ମଧ୍ୟରେ ଗୋବିନ୍ଦଙ୍କ ସହ ବି ଡିଆଇଜି କଥା ହୋଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଜେଲକୁ ପଠାଇ ଦିଆଯାଇଥିଲା । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପୁଲିସର ସୁରକ୍ଷା ଘେରାକୁ ଚକମା ଦେଇ ଟିଟିଲାଗଡ଼ ବାରାକରୁ ଚମ୍ପଟ ମାରିଥିଲେ ଯାହା ଫଳରେ ମାମଲାରେ ଶୁଣାଣି ପାଇଁ ତାଙ୍କୁ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା ।

ଗୋବିନ୍ଦ ଓକିଲ ନଦେବାରୁ ସରକାରଙ୍କ ପକ୍ଷରୁ ଆଇନ ସହାୟକ ସୁରେନ ପଣ୍ଡା ମାମଲା ପରିଚାଳନା କରିଥିଲେ । କୋର୍ଟଙ୍କ ନିର୍ଦେଶକ୍ରମେ ଜାମିନ ପାଇଁ ଆବେଦନ କରିଥିବା, ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ପକ୍ଷରୁ ଜାମିନଦାର ପହଞ୍ଚିଲେ କୋର୍ଟ ଜାମିନ ବିଚାରକୁ ନେବେ ବୋଲି ଶ୍ରୀ ପଣ୍ଡା କହିଥିଲେ । ତେବେ ଆଜି ଜେଏମ୍ଏଫସି କୋର୍ଟରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା।

Get real time updates directly on you device, subscribe now.