fbpx

ଅବହେଳା ଯୋଗୁଁ ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ୍

AAKASH

ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଥିବା ବେଳେ କେତେକ ଲୋକେ ଏବେ ବି ଏହାକୁ ହାଲକାରେ ନେଉଛନ୍ତି । ହୋମ୍ କ୍ୱାରେଣ୍ଟାଇନରେ ରହି ମଧ୍ୟ ନିୟମ ମାନୁ ନାହାନ୍ତି । ସେହିଭଳି ଦିଲ୍ଲୀ କରୋନା ହଟସ୍ପର୍ଟ ଜହାଙ୍ଗିରପୁରରେ ଏପରି ଏକ ମାମଲା ସାମନାକୁ ଆସିଛି, ଯେଉଁଠି ଗୋଟିଏ ପରିବାରର ୨୬ ସଦସ୍ୟ କରୋନାରେ ଚିହ୍ନଟ ହୋଇଛନ୍ତି । ଗୋଟିଏ ପରିବାରରୁ ଏତେ ସଂଖ୍ୟକ କରୋନା ପଜିଟିଭ୍ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ବି ଝଟକା ଲାଗିଛି । ବୟସ୍କ, ଯୁବକ ସମେତ ଛୋଟ ଶିଶୁ ମଧ୍ୟ କରୋନାର କବଜାରେ ଆସିଛନ୍ତି ।

ତେବେ ଜହାଙ୍ଗିରପୁରର ସି ବ୍ଲକରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଏନେଇ ସେଠାରେ ୬୦ରୁ ଅଧିକ ଲୋକ କ୍ୱାରେଣ୍ଟାଇନରେ ରହିଥିବା ବେଳେ କିଛି ଦିନ ପୂର୍ବରୁ ଅଞ୍ଚଳକୁ ସିଲ୍ କରାଯାଇଥିଲା । କିନ୍ତୁ ଏହି ପରିବାରର ସଦସ୍ୟ କ୍ୱାରେଣ୍ଟାଇନରେ ରହି ମଧ୍ୟ ଅନ୍ୟ ଘରକୁ ଯିବା ସହ ଲୋକଙ୍କ ସହ ମିଳାମିଶା କରୁଥିଲେ । ଅବହେଳା ଯୋଗୁଁ କରିବାରୁ ୨୬ ସଦସ୍ୟ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.