fbpx

ଖାଦ୍ୟ ଅପଚୟ ରୋକିବାକୁ ପାଠ୍ୟକ୍ରମରେ ସାମିଲ ହେବ ନୂଆ ଅଧ୍ୟାୟ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖାଦ୍ୟକୁ ବରବାଦ୍ କରିବା ଏକ ବୈଶ୍ୱିକ ସମସ୍ୟା । ଏହାକୁ କେବଳ ବିକଶିତ ଦେଶ କିମ୍ବା ବିକାଶଶୀଳ ଦେଶର ସମସ୍ୟା ଭାବରେ ବିବେଚନା କରାଯାଇପାରିବ ନାହିଁ । ଦୁନିଆରେ ଆମେ ପ୍ରତିବର୍ଷ ଯେତେ ଖାଦ୍ୟ ନଷ୍ଟ କରୁଛେ ଉକ୍ତ ଖାଦ୍ୟକୁ ୧୨୬ କୋଟି ଲୋକ ଭଲଭାବେ ଖାଇପାରିବେ । କ୍ଷେତରୁ ଅମଳ ପରେ ଶସ୍ୟ ନଷ୍ଟରୁ ଆରମ୍ଭ କରି ଖାଦ୍ୟ ଅପଚୟ ପର୍ଯ୍ୟନ୍ତ ଏଥିରେ ସାମିଲ କରାଯାଇଛି । ଖାଦ୍ୟ ନଷ୍ଟ କରିବା ଏଭଳି ଏକ ସମସ୍ୟା, ଯାହା କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶ ସାମ୍ନା କରୁଛି । ଏହା ଆହୁରି ହାସ୍ୟାସ୍ପଦ ହୋଇଯାଏ ଯେତେବେଳେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଭୋକିଲା ଶୋଇବାକୁ ବାଧ୍ୟ ହୁଅନ୍ତି । ଭାରତରେ ମଧ୍ୟ ଏହି ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ।

ବର୍ତ୍ତମାନ ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ବିଦ୍ୟାଳୟ ପାଠ୍ୟକ୍ରମରେ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଏକ ପୃଥକ ଅଧ୍ୟାୟ ଯୋଡିବାକୁ କହିଛନ୍ତି । ବର୍ତ୍ତମାନ ଖାଦ୍ୟର ଅପଚୟକୁ ରୋକିବା ପାଇଁ ଭାରତ ସରକାର ଏକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅଧୀନରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ବିଦ୍ୟାଳୟ ପାଠ୍ୟକ୍ରମରେ ଖାଦ୍ୟ ଅପଚୟ ରୋକିବା ପାଇଁ ଏକ ଅଧ୍ୟାୟ ଆରମ୍ଭ କରିବାକୁ କହିଛନ୍ତି । ଏହାଦ୍ୱାରାବ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖାଦ୍ୟ ନଷ୍ଟକୁ ନେଇ ପ୍ରଥମରୁ ସଚେତନତା ଆସିବ ।

ବିଦ୍ୟାଳୟ ସିଲାବସରେ ଖାଦ୍ୟ ଅପଚୟ ରୋକିବା ସହ ଜଡିତ ସୂଚନା ସଂସଦରେ ଦିଆଯାଇଛି । ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନ ବଣ୍ଟନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ଖାଦ୍ୟର ଅପଚୟକୁ ରୋକିବା ପାଇଁ ଲୋକଙ୍କୁ ସଚେତନ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ତାଙ୍କ ଉତ୍ତରରେ କହିଛନ୍ତି ଏବଂ ସରକାର ମଧ୍ୟ ସମୟ ସମୟରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.