fbpx
BSKY SKY
BSKY SKY

ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-୨୦ ସିରିଜ୍‌ ପାଣ୍ଡ୍ୟା ଅଧିନାୟକ ନିଯୁକ୍ତି ସମ୍ଭାବନା

BSKY

ନୂଆଦିଲ୍ଲୀ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ଆଗାମୀ ଘରୋଇ ଟି-୨୦ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ବୋଲି ଗୁରୁବାର ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଏହି ସିରିଜ ଆସନ୍ତା ଜାନୁୟାରୀ ମାସ ୩ ତାରିଖରୁ ଅନୁଷ୍ଠିତ ହେବ । ମୁମ୍ବାଇରେ ସିରିଜର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଜାନୁୟାରୀ ୫ ଓ ୭ ତାରିଖ ଦିନ ମହାରାଷ୍ଟ୍ରର ପୁଣେ ଏବଂ ଗୁଜରାଟର ରାଜକୋଟରେ ଅନୁଷ୍ଠିତ ହେବ । ନିୟମିତ ଅଧିନାୟକଙ୍କ ହାତରେ ଆଘାତ ଲାଗି ଥିବାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ସମୟ ଲାଗିବ । ତେଣୁ ତାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କ୍‌ୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ଭାରତ ସେମିଫାଇନାଲରେ ହାରି ଯିବା ପରେ ରୋହିତ ଶର୍ମାଙ୍କୁ ଟି-୨୦ ଫର୍ମାଟ ଅଧିନାୟକ ପଦରୁ ହଟାଇ ଦିଆଯିବ ବୋଲି କଳ୍ପନା ଜଳ୍ପନା ଚାଲିଛି । ତେବେ ନିକଟରେ ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ନେଇ କୌଣସି ଆଲୋଚନା ହୋଇ ନ ଥିଲା । ନୂଆ ଚୟନ କମିଟି ଗଠନ ହେବା ପରେ ରୋହିତ ଶର୍ମା ଟି-୨୦ ଫର୍ମାଟରେ ଅଧିନାୟକତ୍ୱ କରିବା ନେଇ ବିଚାର କରାଯିବ । ଅନ୍ୟ ପକ୍ଷରେ ୨୦୨୪ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ ଏକ ନୂଆ ଯୋଜନା କରୁଛି । ତେଣୁ ରୋହିତଙ୍କ ସମେତ ଭାରତୀୟ ଦଳର ଏକାଧିକ ପୁରୁଖା ଖେଳାଳି ଏହି ବିଶ୍ୱକପ ଖେଳିବା ସମ୍ଭାବନା ନାହିଁ । ସେହି ଦୃଷ୍ଟିରୁ ବିସିସିଆଇ ବର୍ତ୍ତମାନ ଠାରୁ ଜଣେ ନୂଆ ଟି୨୦ ଅଧିନାୟକ ନିଯୁକ୍ତ କରିବା ସହିତ ଯୁବ ଖେଳାଳିଙ୍କୁ ନେଇ ସ୍ୱତନ୍ତ୍ର ଯୋଜନା ଓ ପରିକଳ୍ପନା ଆରମ୍ଭ କରିଛି ।

Get real time updates directly on you device, subscribe now.